କନକ ବ୍ୟୁରୋ : କନକ ନ୍ୟୁଜ ପ୍ରଭାବ । ଖବର ବାଜିବା ପରେ ତତ୍ପରତା ଦେଖାଇଲେ ଶ୍ରମ ମନ୍ତ୍ରୀ । ତାମିଲନାଡୁରୁ ଉଦ୍ଧାର ହେଲେ ୨୮ ଓଡିଆ ଶ୍ରମିକ । ଶ୍ରମିକଙ୍କୁ ଯଥା ଶିଘ୍ର ଉଦ୍ଧାର କରିବାକୁ ବଲାଙ୍ଗୀର ଡିଏଲଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରମ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ବଲାଙ୍ଗୀର ଜିଲ୍ଲାର ଝାରବନ୍ଧ ଗ୍ରାମର ୨୮ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା ସହ ବନ୍ଦୀ ରଖାଯାଇଥିବା ଅଭିଯୋଗ ରହିଥିଲା । ଏପରିକି ଦିନ ରାତି କାମରେ ଲଗାଇ ଖାଇବା ପିଇବା ଦେଉ ନ ଥିବା ମଧ୍ୟ ଅଭିଯୋଗ ହୋଇଥିଲା । ସବୁଠୁ ବଡ କଥା ହେଉଛି ବନ୍ଧୁକ ଦେଖାଇ ଶ୍ରମିକଙ୍କ ପୁଅ ଝିଅକୁ ଉଠାଇ ନେବାକୁ ଧମକ ମଧ୍ୟ ମିଳୁଥିଲା । ଏଭଳି ଅକଥନୀୟ ନିର୍ଯାତନା ଅଭିଯୋଗକୁ ନେଇ ଉପରେ କନକ ନ୍ୟୁଜ ବାରମ୍ବାର ଖବର ପ୍ରସାରଣ କରିବା ପରେ ଶ୍ରମ ମନ୍ତ୍ରୀ ଓ ବଲାଙ୍ଗୀର ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାମିଲନାଡୁ ଇଟାଭାଟି ମାଲିକ ଓ ସ୍ଥାନୀୟ ଦୁଇ ଦାଦନ ସର୍ଦ୍ଦାରଙ୍କୁ ଫୋନ କରି ଶ୍ରମିକଙ୍କୁ ଛାଡିବା ନିର୍ଦ୍ଦେଶ ଦିଆଯାଇଥିଲା। । ଶ୍ରମିକମାନଙ୍କୁ କୌଣସି ପାରିଶ୍ରମିକ ଦେଇନଥିଲେ ଇଟାଭାଟି ମାଲିକ । ଘର ଲୋକଙ୍କଠୁ ପଇସା ମାଗି ଟିକେଟ କରି ଓଡ଼ିଶାକୁ ଫେରିଛନ୍ତି । ତେବେ ଉଦ୍ଧାର ହୋଇ ଘରକୁ ଫେରିବା ପରେ କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଇବା ସହ ନିକଟରେ ନିର୍ଯାତନାର କାହାଣୀ ବଖାଣିଛନ୍ତି ଉଦ୍ଧାର ଶ୍ରମିକ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us