କୁମ୍ଭରେ ଅଘଟଣ ପରେ ଚେତିଲା ପ୍ରଶାସନ । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଭିଆଇପିଙ୍କ ପାସ୍ ବାତିଲ

Advertisment

ପ୍ରୟାଗରାଜ ସହରରେ ୪ ଚକିଆ ଗାଡି ପ୍ରବେଶ ବାତିଲ କରାଯାଇଥିବା ନେଇ ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ସୂଚନା ଦେଇଛନ୍ତି। ତେବେ ଏହି ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ।

28sdffsadf

28sdffsadf Photograph: (28sdffsadf)

କନକ ବ୍ୟୁରୋ : ମହାକୁମ୍ଭ ମେଳାରେ ଦଳଚକଟା ହୋଇ ୩୦ ଜଣଙ୍କ ମୃତ୍ୟୁ ପରେ ଚେତିଛି ପ୍ରଶାସନ। ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେପରି ଶ୍ରଦ୍ଧାଳୁଙ୍କର କୌଣସି ଅସୁବିଧା ନହୁଏ ସେଥିପାଇଁ ସୁରକ୍ଷା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। 

ସବୁ ଭିଆଇପିଙ୍କ ପାସ ବାତିଲ କରାଯାଇଛି
ମହାକୁମ୍ଭ ମେଳାରେ ଯାନବାହାନ ପ୍ରବେଶ ରୋକ
ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ୱାନ-ୱେ ଟ୍ରାଫିକ ବ୍ୟବସ୍ଥା 
ଅନ୍ୟ ରାଜ୍ୟର ଗାଡିକୁ ପ୍ରୟାଗରାଜ ଜିଲ୍ଲା ସୀମାରେ ରୋକ

ପ୍ରୟାଗରାଜ ସହରରେ ୪ ଚକିଆ ଗାଡି ପ୍ରବେଶ ବାତିଲ କରାଯାଇଥିବା ନେଇ ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ସୂଚନା ଦେଇଛନ୍ତି। ତେବେ ଏହି ଅଘଟଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ।

କୁମ୍ଭ ମେଳା ୟୁପିର ଅଧା ଜନସଂଖ୍ୟା
 ଚର୍ଚ୍ଚାରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ
  ଅବ୍ୟବସ୍ଥାକୁ ନେଇ ଘେରିଲେ ଅଖିଳେଶ

ମୋନୀ ଅମାବାସ୍ୟା ପାଇଁ ମହାକୁମ୍ଭ ମେଳାରେ ପ୍ରବଳ ଭିଡ଼ ହୋଇଛି । ଗତ ଦୁଇ ଦିନରେ ମେଳାରେ ସାଢେ ୧୨ କୋଟି ଲୋଙ୍କ ସମାଗମ ହୋଇଥିଲା। ଯାହା ଉତ୍ତରପ୍ରଦେଶ ଜନସଂଖ୍ୟାର ଅଧା। ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଥିଲା ବୋଲି କୁହାଯାଉଛି। ଘଟଣାକୁ ନେଇ ସବୁଠି ଦୁଖଃର ମାହୋଲ ଥିବା ବେଳେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ମନ୍ତ୍ରୀ। ମନ୍ତ୍ରୀ ସଞ୍ଜୟ ନିସାଦ କହିଛନ୍ତି ବଡ଼ ବଡ଼ କାର୍ଯ୍ୟକ୍ରମରେ ଏଭଳି ଛୋଟ ଛୋଟ ଘଟଣା ଘଟେ। ଯାହାକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। 

ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା ଦଳାଚକଟାରେ ଏବେବି ୬୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe