କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପାଇଁ ଆଇନ ବିଭାଗ ନୂଆ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ, ଅପରାଧୀଙ୍କୁ ପରିଚାଳନା କମିଟି ମନା। ପୂର୍ବରୁ ସଦସ୍ୟ ଥିଲେ ମିଳିବନି ସ୍ଥାନ । ନାଁ ସୁପାରିସ୍ ବେଳେ ୭ଟି ସୂତ୍ର ଆପଣାଇବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଇନ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ନୀତି ପରିଚାଳନାରେ ନିଷ୍ଠା, ଅନ୍ୟ ସେବାୟତ ଓ ତଥା ନିଯୋଗ ସହ ସୁସମ୍ପର୍କ ଏନଂ ବିବାଦ ସମାଧାନରେ ଦକ୍ଷ ବ୍ୟକ୍ତିଙ୍କୁ ଗୁରୁତ୍ଵ ଦେବାକୁ କୁହାଯାଇଛି।
ଗତ ସେପ୍ଟେମ୍ବର ୩ ତାରିଖରୁ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ସରିଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପରିଚାଳନାଗତ ସମସ୍ତ ନିଷ୍ପତ୍ତି କମିଟି ହିଁ ନେଇଥାଏ। କିଛିବର୍ଷ ହେଲା ଶ୍ରୀମନ୍ଦିର ଆଇନ ୧୯୫୫ ଉଲ୍ଲଂଘନ ଓ ପରିଚାଳନା କମିଟି ଗଠନରେ ଅନିୟମିତତା ଅଭିଯୋଗ ନେଇ ଛାମୁ ଖୁଣ୍ଟିଆ ନିଯୋଗ ୨୦୨୧ରେ ହାଇକୋର୍ଟକୁ ଯାଇଥିଲା । ଏକ ସ୍ୱଚ୍ଛ କମିଟି ଗଠନ ପାଇଁ ହାଇକୋର୍ଟ ଗତ ୧୮ ନଭେମ୍ବରରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୮ ଜଣଙ୍କୁ ସ୍ଥାନ ମିଳିଥାଏ । ୧୦ ଜଣ ମନୋନୀତ ସଦସ୍ୟ ରୁହନ୍ତି । ୫ ସେବକଙ୍କୁ ସ୍ଥାନ ମିଳିଥାଏ । ଶ୍ରୀମନ୍ଦିର ଆଇନ ୧୯୫୫ ଅନୁଯାୟୀ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ।