କନକ ବ୍ୟୁରୋ : ରାଜ୍ୟ ସରକାର ଲ' କମିସନ ଗଠନ କରିଛନ୍ତି। କମିଶନ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବ । ଦରକାରୀ ନିୟମର ପରିବର୍ତ୍ତନ କରିବ, ଆବଶ୍ୟକୀୟ ନିୟମର ସଂଶୋଧନ କରିବ ଜ୍ଝ ଅନ୍ୟାବଶ୍ୟକ ଆଇନକୁ ଖୋଜିକି ବାହାର କରିବା ସହ ଆଇନକୁ ତର୍ଜମା କରି ରାଜ୍ୟ ସରାକରଙ୍କୁ ସୁପାରିଶ କରିବ।
ଲ' କମିସନ ଗଠନ ହେବା ପରେ ଏବେ ପ୍ରଶ୍ନ ଉଠୁଛି କେବେ ଗଠନ ହେବ ସୂଚନା କମିଶନ ଓ ମହିଳା କମିଶନ ? ନୂଆ ସରକାରକୁ ଛ ପୁରି ସାତ ମାସ ଚାଲିଛି। କିନ୍ତୁ ଖାଲି ପଡିଥିବା କମିସନ ଗଠନ ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି । ଏଥିସହ ୨୦ ରୁ ଅଧିକ ନିଗମ ଏବଂ ୧୦ ରୁ ଅଧିକ ବୋର୍ଡ ଗୁଡିକର ପଦବୀ ପ୍ରସଙ୍ଗ ମଧ୍ୟ ଝୁଲି ରହିଛି । ସାଙ୍ଗଗଠନିକ ନିର୍ବାଚନ ଚାଲିଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହେଉଥିବା କୁହାଯାଉଛି । ତେବେ ଏହା ସାଧାରଣ ଲୋକଙ୍କ ସମସ୍ୟାକୁ ବଢ଼ାଉଛି ବୋଲି କହିଛନ୍ତି ବିଶେଷଜ୍ଞ...
ଚର୍ଚ୍ଚା ହେଉଥିଲା, ବିଜେପି ଚାଣକ୍ୟ ଅମିତ ଶାହଙ୍କ ଓଡିଶା ଗସ୍ତ ପରେ ଏସବୁ ପଦବୀ ପୂରଣ ପାଇଁ ବାଟ ଫିଟିବ । ତାଙ୍କ ଦିଗଦର୍ଶନରେ ବୋର୍ଡ, ନିଗମ ତଥା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଭଳି ନିଷ୍ପତି ନିଆଯିବ। କିନ୍ତୁ ଅମିତ ଶାହଙ୍କ ଗସ୍ତ ବାତିଲ ଏବଂ ସାଙ୍ଗଠନିକ ନିର୍ବାଚନ କାରଣରୁ ପ୍ରକ୍ରିୟା ଆହୁରି ବିଳମ୍ବ ହୋଇପାରେ ବୋଲି କୁହାଯାଉଛି।