କନକ ବ୍ୟୁରୋ : ଭୂପିନ୍ଦର ସିଂହ, ଶଶୀ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ରଜନୀକାନ୍ତ ସିଂହ ବିଜେଡିର ବରିଷ୍ଠ ନେତା । ମେଳି କରି ଦଳର ନୂଆ କମିଟିରୁ ବାଦ ପଡିବା ପରେ ଅସନ୍ତୋଷରେ କୁହୁଳୁଥିବା ଭୂପିନ୍ଦର ସିଂ ବିସ୍ଫୋରଣ କରିଛନ୍ତି । ସିଧାସଳଖ ବିଦ୍ରୋହ ନକଲେ ବି ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୨୦୨୪ ନର୍ବାଚନରେ ବିଜେଡି ସହିତ ବିଜେପିର ବୁଝାମଣା, ନିର୍ବାଚନ ପରେ ଶାସକ ଦଳକୁ ମୁକାବିଲା କରୁନଥିବା କହି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି ।  ୨୦୨୪ ନର୍ବାଚନରେ ବିଜେଡି କର୍ମୀ ତାଙ୍କ କ୍ୟାପଟେନଙ୍କୁ ମିସ୍ କଲେ, ତାଙ୍କ ବଦଳରେ ଆଉ କାହାକୁ ଦେଖିଲେ । ଯାହା ନର୍ବାଚନ ଫଳାଫଳକୁ ପ୍ରଭାବିତ କଲା ।

Advertisment

  •  ବିଜେପି ସରକାରକୁ ବିରୋଧୀ ଭାବେ ଯେମିତି ଘେରିବା କଥା, ତାହା ବିଜେଡି କରୁନାହିଁ
  •  ବିରୋଧୀ ଦଳ ଭାବେ ଆକ୍ରମଣାତ୍ମକ ଭୂମିକା ବିଧାନସଭାରେ ନର୍ବାହ କରିପାରୁନି 
  •  ଲୋକସଭା ନିର୍ବାଚନରେ ଅଫିସିଆଲ ବୁଝାମଣା ନହେବାରୁ ବିଜେପି ସହିତ ଭିତିରି ବୁଝାମଣା କରିଥିଲା ବିଜେଡି  

ଭୂପିନ୍ଦର ବିଜେଡିର ପୋଲ ଖୋଲୁ ଖୋଲୁ, ସାମ୍ନାକୁ ଆସି ଶଶୀ ବେହେରା ଦଳର ନେତୃତ୍ୱଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ବର୍ତ୍ତମାନ  ବିଜେଡିର ଶକ୍ତି କ୍ଷୟ ଘଟୁଛି । ବରିଷ୍ଠ ନେତାଙ୍କୁ  ଦଳରେ ଅଣଦେଖା କରାଯାଉଛି । ଓ୍ୱାକଫ୍ ବିଲକୁ ନେଇ ଦଳରେ ଦୁଇଟି ମତ ଆସିଲା, ଯାହା ଦ୍ୱାରା ଦଳ କ୍ଷତିରେ ପଡ଼ିଲା ।

 ପ୍ରଥମେ  ସାଂସଦ ମୁନ୍ନା ଖାଁ, ପରେ ଭୂପିନ୍ଦର  ସିଂହ ଓ ଶଶୀଙ୍କ ଷଣ୍ଡୁଆସି ଆକ୍ରମଣ ଦଳପତିଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି ।