କନକବ୍ୟୁରୋ : ବିଜେଡି ପ୍ରତିବାଦ ସଭାରେ ବିଜେଡ଼ି ନେତାଙ୍କ ବିସ୍ଫୋରକ ବୟାନ । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଲେ, ହାଇକୋର୍ଟରେ କେଶ ଚାଲିଛି । ବିଜେପିର ୭ ବିଧାୟକ କଟିବେ । ଉପନିର୍ବାଚନ ହେବ, ଏବଂ ସେଠାରେ ବିଜେଡି ଜିତିବ। କଂଗ୍ରେସ ସହ ହାତ ମିଶାଇ ସରକାର ଗଢିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବା ଭାଷଣରେ କହିଛନ୍ତି ଦେବାଶିଷ ସାମନ୍ତରାୟ । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । 

Advertisment

ଗତ ୧୩ ତାରିଖରେ କୁଜଙ୍ଗ ବ୍ଲକ ଅଫିସ ଭିତରେ ବିଜେଡି ଜନପ୍ରତିନିଧିମାନେ କୁଜଙ୍ଗ ବିଡ଼ିଓଙ୍କୁ ଏକ ଘରେ ବନ୍ଦ କରି ଧମକ ଚମକ ଦେବା ଘଟଣା କୁଜଙ୍ଗ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ାଇଥିଲା ବିଡ଼ିଓଙ୍କ ତରଫରୁ କୁଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ବିଜେଡି ଜନପ୍ରତିନିଧି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ବିଜେଡି ତରଫରୁ ଗତକାଲି କୁଜଙ୍ଗ ବ୍ଲକ ପଡିଆରେ ପ୍ରତିବାଦ ସଭା କରାଯାଇଥିଲା । ବିଜେଡିର ଜନପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଗିରଫ କରିବା ଏବଂ କୁଜଙ୍ଗ ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ପ୍ରତିବାଦ ସଭାରେ ରାଜ୍ୟସ୍ତରୀୟ ନେତୃତ୍ୱ ଯୋଗ ଦେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 

ସୁଭଦ୍ର ଯୋଜନା ସଂପର୍କରେ କହି ମହିଳାଙ୍କୁ ମୋହନ ସରକାର ଭକୁଆ ବନାଉଥିବା କହିଛନ୍ତି । ସେପଟେ କୁଜଙ୍ଗ ଘଟଣାରେ ସରକାର ଯଦି ବିଡ଼ିଓଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ରାଜଧାନୀରେ ଏହାର ସ୍ୱର ଉଠିବ ବୋଲି ଚେତାବନୀ ଦେଇଛନ୍ତି ଦେବାଶିଷ ସାମନ୍ତରାୟ  ପ୍ରତିବାଦ ସଭାରେ ପ୍ରତାପ ଜେନା, ଶାରଦା ଜେନା, ସମ୍ବିତ ରାଉତରାୟ, ରମାକାନ୍ତ ଭୋଇ, ରାଜଶ୍ରୀ ମଲିକ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ଗିତାଞ୍ଜଳୀ ରାଉତରାୟ , ମୋନିଦିପା ସର୍ଖେଲ ଓ ବାପି ସର୍ଖେଲ ସାମିଲ ହୋଇଥିଲେ।