ଡବଲ ଇଞ୍ଜିନ ସରକାର ଆସିବା ପରେ ବିଜେଡି ଉପରେ ବିଜେପିର ଆଖି । ମମତାଙ୍କ ପରେ ରାଜ୍ୟସଭାରୁ ଇସ୍ତଫା ଦେଇ ପଦ୍ମ ଧରିଲେ ସୁଜିତ କୁମାର

ଗୋଟିଏ ପଟେ ଲୋକସଭାରେ ବିଜେଡିର କୌଣସି ସାଂସଦ ନଥିବାବେଳେ, ଅନ୍ୟପଟେ ରାଜ୍ୟସଭାରୁ ଜଣଙ୍କ ପରେ ଜଣେ ସାଂସଦ ଇସ୍ତଫା ଦେବା ଦିଲ୍ଲୀରେ ଦଳକୁ ଦୁର୍ବଳ କରିଛି। ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେଡି ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୭କୁ ଖସି ଆସିଛି। ଆଗକୁ ଆହୁରି ବିଜେଡିର କିଛି ନେତା ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି। ଯାହାକି ବିଜେପିର ଗୋଟିଚାଳନା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। 

26k

କନକ ବ୍ୟୁରୋ : ଡବଲ ଇଞ୍ଜିନ ସରକାର ଆସିବା ପରେ ବିଜେପିର ରାଜନୈତିକ ଗୋଟି ଚାଳନାକୁ ପ୍ରଖର ହୋଇଛି। ପ୍ରଥମେ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ୱିକେଟ ଖସିବା ପରେ ଏବେ ସୁଜିତ କୁମାର ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭତୃହରି ମହତାବ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। 

ଗୋଟିଏ ପଟେ ଲୋକସଭାରେ ବିଜେଡିର କୌଣସି ସାଂସଦ ନଥିବାବେଳେ, ଅନ୍ୟପଟେ ରାଜ୍ୟସଭାରୁ ଜଣଙ୍କ ପରେ ଜଣେ ସାଂସଦ ଇସ୍ତଫା ଦେବା ଦିଲ୍ଲୀରେ ଦଳକୁ ଦୁର୍ବଳ କରିଛି। ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେଡି ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୭କୁ ଖସି ଆସିଛି। ଆଗକୁ ଆହୁରି ବିଜେଡିର କିଛି ନେତା ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି। ଯାହାକି ବିଜେପିର ଗୋଟିଚାଳନା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। 

ମମତା ମହାନ୍ତ ରାଜ୍ୟସଭା ପଦ ଛାଡିବା ପରେ ପୁଣି ଥରେ ବିଜେପି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି। ସେହିଭଳି ସୁଜିତ କୁମାରଙ୍କୁ ମଧ୍ୟ ଆଗାମି ଦିନରେ ବିଜେପି ରାଜ୍ୟସଭାକୁ ପଠାଇ ପାରେ ବୋଲି କୁହାଯାଉଛି। ଏଥିସହ ସୁଜିତଙ୍କ ପରେ ଆଉ କିଏ? ତା ଉପରେ ସମସ୍ତଙ୍କ ନଜର ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe