କନକବ୍ୟୁରୋ : ବଲିଉଡ଼ର ସବୁଠାରୁ ଲୋକପ୍ରିୟ ଦମ୍ପତି  ହେଉଛନ୍ତି ସୁନୀତା ଆହୁଜା ଓ  ଗୋବିନ୍ଦା ତାଙ୍କର ଚର୍ଚ୍ଚିତ କଥା ଚର୍ଚ୍ଚିତ ଯୋଡିକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି  ।  ହେଲେ ଗତ କିଛି ମାସ ହେବ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚା ଚାଲିଛି  ବିଭିନ୍ନ କଥା ସେମାନଙ୍କୁ ନେଇ ଏବେ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା କରୁଛନ୍ତି ବୋଲି ଖବର ଆସିଥିଲା ।

Advertisment

ଗୋବିନ୍ଦା ଙ୍କର ଅନୈତିକ ସମ୍ପର୍କ ଥିବା ମଧ୍ୟ କୁହାଯାଇଥିଲା ।   କିନ୍ତୁ, ତା’ପରେ ସୁନୀତା ଆଗକୁ ଆସି ଏହି ସମସ୍ତ ଖବରକୁ ଖଣ୍ଡନ କରି ମିଥ୍ୟା ବୋଲି କହିଥିଲେ । ସେ କହିଥିଲେ ଯେ, ସେ ଗୋବିନ୍ଦାଙ୍କ ସହିତ ଖୁସି ଅଛନ୍ତି ।  ବର୍ତ୍ତମାନ ସୁନୀତା ଇନଷ୍ଟାଗ୍ରାମରେ ତାଙ୍କ ନାମରୁ 'ଆହୁଜା' ଉପନାମ ହଟାଇଛନ୍ତି । ଏହା ପରେ, ଥଣ୍ଡା ପଡ଼ିଥିବା ଗୋବିନ୍ଦା ଏବଂ ସୁନୀତାଙ୍କ ଛାଡପତ୍ର ଚର୍ଚ୍ଚା ପୁଣି ଆରମ୍ଭ ହୋଇଛି  ।   ତେବେ ଏକ ସାକ୍ଷାତକାରରେ ସୁନୀତା ପୁଣି ଥରେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, "ମୁଁ ଆହୁଜା ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ଦୁନିଆ ଛାଡି ଯିବା ପରେ ହିଁ ଉପନାମ ହଟିବ।