ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦୀପାଳିଙ୍କ ପ୍ରତିକ୍ରିୟା । ପଢନ୍ତୁ କ'ଣ କହିଲେ ଦୀପାଳି

ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ପରିବାର ତରଫରୁ ଅନୁରୋଧ କରାଗଲା । ଏହାସହ ବାପାଙ୍କ  ହତ୍ୟା ପରେ ଆମ ପରିବାର ଅସୁରକ୍ଷିତ ଅନୁଭବ କରୁଛି । ତେଣୁ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲୁ ବୋଲି ଦୀପାଳି କହିଛନ୍ତି ।

recent_photo_1736960043

recent_photo_1736960043 Photograph: (recent_photo_1736960043)

କନକ ବ୍ୟୁରୋ : ବିଜେଡି ନେତା ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନବ ଦାସଙ୍କ ପରିବାର । ମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ନବ ଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ପରିବାର ତରଫରୁ ଅନୁରୋଧ କରାଗଲା । ଏହାସହ ବାପାଙ୍କ  ହତ୍ୟା ପରେ ଆମ ପରିବାର ଅସୁରକ୍ଷିତ ଅନୁଭବ କରୁଛି । ତେଣୁ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲୁ ବୋଲି ଦୀପାଳି କହିଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ଡିଜି ୱାଇ.ବି ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ହେଲେ ବୈଠକରେ ଆଉ କ'ଣ ଆଲୋଚନା ହେଲା ଓ ତଦନ୍ତ ନେଇ କ'ଣ ନିଷ୍ପତ୍ତି ନିଆଗଲା ତାହା ସ୍ପଷ୍ଟ ହୋଇନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe