କନକ ବ୍ୟୁରୋ : ବିଜେଡି ନେତା ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନବ ଦାସଙ୍କ ପରିବାର । ମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ନବ ଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ପରିବାର ତରଫରୁ ଅନୁରୋଧ କରାଗଲା । ଏହାସହ ବାପାଙ୍କ ହତ୍ୟା ପରେ ଆମ ପରିବାର ଅସୁରକ୍ଷିତ ଅନୁଭବ କରୁଛି । ତେଣୁ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲୁ ବୋଲି ଦୀପାଳି କହିଛନ୍ତି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ଡିଜି ୱାଇ.ବି ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ହେଲେ ବୈଠକରେ ଆଉ କ'ଣ ଆଲୋଚନା ହେଲା ଓ ତଦନ୍ତ ନେଇ କ'ଣ ନିଷ୍ପତ୍ତି ନିଆଗଲା ତାହା ସ୍ପଷ୍ଟ ହୋଇନାହିଁ ।