ପରାଜୟ ପରେ ପନ୍ତ ମାଗିଲେ କ୍ଷମା : କହିଲେ ଏଥର ଆମେ ଭଲ ଖେଳିନୁ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ସୋଆଲ ମିଡିଆରେ ମନକଥା କହିଛନ୍ତି କାମଚଳା କ୍ୟାପ୍ଟେନ୍ ଋଷଭ ପନ୍ତ । ଗିଲଙ୍କ ସ୍ଥାନରେ ଗୌହାଟୀ ଟେଷ୍ଟରେ ଭାରତ ପାଇଁ କ୍ୟାପ୍ଟେନ୍ସି କରିଥିବା ରିଷଭ ପନ୍ତ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ଉପରେ ମୁହଁ ଖୋଲିଛନ୍ତି

1

Photograph: (KANAKNEWS)

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ସୋଆଲ ମିଡିଆରେ ମନକଥା କହିଛନ୍ତି କାମଚଳା କ୍ୟାପ୍ଟେନ୍ ଋଷଭ ପନ୍ତ । ଗିଲଙ୍କ ସ୍ଥାନରେ ଗୌହାଟୀ ଟେଷ୍ଟରେ ଭାରତ ପାଇଁ କ୍ୟାପ୍ଟେନ୍ସି କରିଥିବା ରିଷଭ ପନ୍ତ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ଉପରେ ମୁହଁ ଖୋଲିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । 
ଋଷଭ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ଭାରତୀୟ ଖେଳାଳି ଏହି ମୁକାବିଲାରେ ଭଲ ଖେଳ ଖେଳି ନାହାନ୍ତି । 'ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ ଆମେ ଦୁଇ ସପ୍ତାହରେ ଭଲ କ୍ରିକେଟ୍ ଖେଳିନାହୁଁ   , ଗୋଟିଏ ଟିମ୍ ଓ ବ୍ୟକ୍ତି ଭାବେ, ଆମେ ସବୁବେଳେ ଉଚ୍ଚ ସ୍ତରର ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛୁ ଓ କୋଟି କୋଟି ଭାରତୀୟଙ୍କ ଚେହେରାରେ ଖୁସି ଆଣିବାକୁ ପ୍ରୟାସ କରୁ ।  କିନ୍ତୁ ଏଥର ଆମେ ଆଶାନୁରୂପ ପ୍ରଦର୍ଶନ କରିପାରିଲୁ ନାହିଁ, ଏଥିପାଇଁ ଆମେ କ୍ଷମା ଚାହୁଛୁ । 

ଅଧିକ ପଢନ୍ତୁ... ୨୦୨୭ ବିଶ୍ୱକପ୍ ଯାଏଁ କୋଚ୍ ରହିବେ ଗମ୍ଭୀର: ବିସିସିଆଇ ସୂତ୍ର

ପନ୍ତ ଆହୁରି ମଧ୍ୟ ଲେଖିଛନ୍ତି, 'ଭାରତୀୟ ଟିମକୁ ପ୍ରତିନିଧିତ୍ୱ କରିବା  ମୋ ପାଇଁ ଜୀବନର ସବୁଠୁ ବଡ଼ ସମ୍ମାନ  ।   ଆମେ ଜାଣିଛୁ ଆମ ଟିମ୍ କେତେ ସକ୍ଷମ, ଆଉ କେତେ ନିଷ୍ଠାପର ଭାବନା ରଖନ୍ତି ।  ଗୋଟିଏ ମ୍ୟାଚ ବା ଗୋଟିଏ ସିରିଜ ଆମକୁ ଦୁର୍ବଳ କରିବାପାରିବନି ବରଂ ଆମେ  ଏଥିରୁ କିଛି ଶିକ୍ଷା ପାଇଛୁ ଆଗକୁ କଠିନ ପରିଶ୍ରମ କରିବୁ, ପୁଣିଥରେ ଏକାଠି ହୋଇ ହେବୁ, ଫୋକସ କରିବୁ ଓ ରିସେଟ୍ କରି ଗୋଟିଏ ଟିମ୍ ହୋଇ କମ୍ ବ୍ୟାକ୍ କରିବୁ  । 

ବଡ଼କଥା ହେଉଛି ଗମ୍ଭୀରଙ୍କ କୋଚିଂରେ ଭାରତ ଏବେ ସୁଦ୍ଧା ୬ ଟେଷ୍ଟ ସିରିଜ୍ ଖେଳିଛି । ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ଟିମ୍ ୨-୦ରେ ବିଜୟ ହାସଲ କରିଥିଲା । କିନ୍ତୁ ଏହାପରେ ନ୍ୟୁଜିଲାଣ୍ଡ ଭାରତ ମାଟିରେ  ୦-୩ରେ କ୍ଲିନ୍ ସ୍ୱିପ୍ କରିଥିଲା ,  ଯାହା ଭାରତୀୟ କ୍ରିକେଟ୍ ଇତିହାସରେ ବିରଳ ଘଟଣା ମଧ୍ୟରୁ ଗୋଟିଏ । ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ୩-୧ରେ ପରାଜୟ ସାମନା କରିଥିଲା ।  ଏହାପରେ ଇଂଲଣ୍ଡରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ସିରିଜ ୨-୨ରେ ବରାବର କରିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଭାରତ ୨-୦ରେ ଜିତିଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ୦-୨ରେ ପରାଜିତ ହେବା ଟିମର ଦୋଷ ଓ ଦୁର୍ବଳତାକୁ ପଦାରେ ପକାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe