କନକ ବ୍ୟୁରୋ :  ହରିୟାଣା ପରାଜୟ ପରେ ଝାଡ଼ଖଣ୍ଡରେ ଅଣ୍ଟା ଭିଡୁଛି କଂଗ୍ରେସ । ଆଜି ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧୀ । ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ରାଞ୍ଚି ଗସ୍ତରେ ଯିବା ଖବର ମିଳିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ୮୧ ଟି ଆସନରେ ୨ଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ଵର ୧୩ ଓ ୨୦ର ମତଦାନ ପାଇଁ ଶୁକ୍ରବାର ଦିନ ୪୩ ଗୋଟି ଆସନରେ ନାମାଙ୍କନ ଭରିବେ ଆଶାୟୀ । ଆସନ ବୁଝାମଣା ଚୁକ୍ତି ଏବଂ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ବଳ ଗୋଟାଇବାରେ ଲାଗିଛନ୍ତି । ଅକ୍ଟୋବର ୧୯ ପରେ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ବରିଷ୍ଠ ନେତାମାନେ ମତପ୍ରକାଶ କରିଛନ୍ତି ।