କନକ ବ୍ୟୁରୋ: ଚିର ନିଦ୍ରାରେ ଶୋଇଗଲେ ଭାରତୀୟ ଶିଳ୍ପ ସାମ୍ରାଜ୍ୟର ବେତାଜ ବାଦଶାହ ରତନ ଟାଟା । ତାଙ୍କର ପରଲୋକରେ ମର୍ମାହତ ହୋଇ ଦେଶ ବିଦେଶରୁ ତାଙ୍କ ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି, ଏବେ ଚାରିଆଡେ ଟାଟାଙ୍କ ଗୁଣ ଗାନର ଚର୍ଚ୍ଚା ଚାଲିଛି । ତେବେ ଏହାରି ଭିତରେ ଟାଟା ପରିବାରର ଆଉ ଜଣେ ସଦସ୍ୟଙ୍କର ମଧ୍ୟ ଚର୍ଚ୍ଚା ଚାଲିଛି ସେ ହେଲେ ନୋଏଲ ଟାଟା । ଯଦି ଆମେ ଟାଟା ପରିବାର କଥା କହିବା ତେବେ ରତନ ଟାଟାଙ୍କ ପରେ ନୋଏଲ ଟାଟା ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । 

Advertisment

କିଏ ଏହି ନୋଏଲ ଟାଟା ?
ରତନ ଟାଟା ନୋଏଲ ଟାଟା ସମ୍ପର୍କରେ ଦୁଇ ଭାଇ, ରତନ ଟାଟାଙ୍କ ପିତା ତାଙ୍କର ପ୍ରଥମ ପତ୍ନୀଙ୍କଠୁ ଅଲଗା ହେବା ପରେ ଦ୍ଵିତୀୟ ବିବାହ କରିଥିଲେ । ତେବେ ନୋଏଲ ଟାଟା ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ପୁତ୍ର । ନୋଏଲ ଟାଟା ମଧ୍ୟ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ବୋର୍ଡରେ ଟ୍ରଷ୍ଟି ଅଛନ୍ତି । ସେ ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଭୋଲ୍ଟାଜ ଲିମିଟେଡ୍, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଲିମିଟେଡର ବର୍ତ୍ତମାନ ଅଧକ୍ଷ୍ୟ ଏବଂ ଟାଇଟନ୍ କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି।

ଏହାପୂର୍ବରୁ ସେ ୧୧ ବର୍ଷ ଧରି ଟ୍ରେଣ୍ଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୧୨  ମସିହାରେ ତାଙ୍କୁ ଟ୍ରେଣ୍ଟ ଲିମିଟେଡର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା । ପରେ ସେ ୨୦୧୪ ରେ ଅଧ୍ୟକ୍ଷ ଭାବରେ ନିଯୁକ୍ତି ହେଲେ । ନୋଏଲ୍ ଟାଟା ଟ୍ରେଣ୍ଟକୁ ଗୋଟିଏ ଷ୍ଟୋରରୁ ୩୩୦ ଷ୍ଟୋରରେ ପାଞ୍ଚାଇଛନ୍ତି । ନୋଏଲ ଟାଟା ସକ୍ସେସ ୟୁନିଭରସିଟିରୁ ସ୍ନାତକ କରିଛନ୍ତି ।