କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପୁଲିସ ଛାଉଣୀ । ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଘଟଣାକୁ ନେଇ ବିରୋଧୀ କୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ବୋଲି ଅନୁମାନ କରି ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିପାରେ ।  

Advertisment

ଆଜି ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାର ଲିଫ୍ଟ । ଜୁଲାଇ ୧୯ରେ ପୀଡ଼ିତାଙ୍କୁ ଜାଳିଥିଲେ ଦୁର୍ବୃତ୍ତ । ଘଟଣାରେ ତଦନ୍ତ ଜାରି ରହିଥିଲା । ବାରମ୍ୱାର ପୁଲିସ ବଳଙ୍ଗାରୁ ଦିଲ୍ଲୀ ଯାଏଁ ଛାନଭିନ କରିଥିଲେ । ଦିଲ୍ଲୀ ଯାଇ ପୁଲିସର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ହେଲେ ଏଯାଏଁ ଅଭିଯୁକ୍ତଙ୍କ ଟେର୍ ପାଉନି ପୁଲିସ ।