ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ପରେ… ହଷ୍ଟେଲ ଛାଡିଦେଲେ ୧୭୦ ଅନ୍ତେବାସୀ

ଉଦଳା ଅନ୍ବେସା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ । ପିଲାଙ୍କୁ ନେଇଗଲେ ଅଭିଭାବକ। ଗତକାଲି ମର୍ଣ୍ଣିଂ ଷ୍ଟାର ସ୍କୁଲର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହୋଇଥିଲା ଉଦ୍ଧାର।

ଛାତ୍ରୀ ମୃତ୍ୟୁ

ଛାତ୍ରୀ ମୃତ୍ୟୁ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ : ଉଦଳା ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ  ଘଟଣା ପରେ  ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଲେ ୧୭୦ ଅନ୍ତେବାସୀ । ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର ହୋଇଥିଲା ।  ଏହି ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ନାବାଳିକାଙ୍କ ପରିବାର ଲୋକ ମଧ୍ୟ ସେହି ବୈଠକକୁ ଆସିଥିଲେ।  ଅପରାହ୍ନରେ ଝିଅ ସହ କଥା ହୋଇ ଘରକୁ ଫେରିଥିଲେ । ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ଥିଲେ । ଖୋଜାଖୋଜି ପରେ ନାବାଳିକା ଜଣଙ୍କ ତୃତୀୟ ମହଲାର ବାଲକୋନୀରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଅନ୍ୟ ଛାତ୍ରୀମାନେ ହଷ୍ଟେଲ ମାଟ୍ରନଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଉଦଳା ପୋଲିସ ସହିତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe