କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରେ ନଗଦ ଟଙ୍କା ଠୁଳ ସାରା ଦେଶରେ ଚର୍ଚ୍ଚିତ ଖବର ହୋଇଛି । ତେବେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଜଷ୍ଟିସ । ଯେଉଁ ଘରୁ ନୋଟ ମିଳିଛି ତାହା ତାଙ୍କ ଘରର ଅଂଶ ନୁହେଁ ବୋଲି କହିଛନ୍ତି ଯଶୱନ୍ତ ବର୍ମା । ବିଚାରପତିଙ୍କ ଘରେ ନିଆଁ ଲାଗିବା ଘଟଣାର ଏକ ଭିଡିଓ ସାର୍ବଜନୀନ କରିଛନ୍ତି ସୁପ୍ରିମକୋର୍ଟ। ଏହି ଭିଡିଓରେ ବିପୁଳ ପରିମାଣର ନଗଦ ଟଙ୍କା ଠାବ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପୁଲିସ ଏହାକୁ ରେକର୍ଡ ମଧ୍ୟ କରିଛି । ଏଥିସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଓ କିଛି ଫଟୋ ମଧ୍ୟ ସାର୍ବଜନୀନ କରାଯାଇଛି। ଏ ବାବଦର ୨୫ ପୃଷ୍ଠାର ରିପୋର୍ଟ ସହିତ ଜଳୁଥିବା ନୋଟର ଫଟୋ ଓ ଭିଡିଓ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ ହୋଇଛି। ଏହି ଭିଡିଓଟି ୧ ମିନିଟ୍ ୭ ସେକେଣ୍ଡର, ଯେଉଁଥିରେ ନୋଟ୍ ଜଳୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀ ମାନେ ସଫେଇ କରୁଥିବା ଭିଡିଓରେ ଦେଖାଯାଉଛି। ସେପଟେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଂଜୀବ ଖାନ୍ନା, ଏକ ୩ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା । ତେବେ ଏହି ସମୟରେ ବିପୁଳ ନଗଦ ଟଙ୍କା ଠାବ ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ମଧ୍ୟ ଏକ ଅନ୍ତରୀଣ ତଦନ୍ତ ମାର୍ଚ୍ଚ ୨୦ରେ ଆରମ୍ଭ ହୋଇଥିଲା । ଏସବୁ ଭିତରେ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ବିବାଦକୁ ବଢ଼ାଇ ଦେଇଛି। ଏବେ ନଜର ପକାଇବା ଜଷ୍ଟିସ ଯଶୱନ୍ତ ବର୍ମା ନିଜ ଜବାବରେ କ’ଣ କହିଛନ୍ତି
---
ପୁଳାପୁଳା ପୋଡ଼ା ନୋଟର କାହାଣୀ
- ଜଷ୍ଟିସ ଯଶବନ୍ତ ବର୍ମାଙ୍କଠୁ ଜଷ୍ଟିସ ଡି.କେ ଉପାଧ୍ୟାୟ ଜବାବ ମାଗିଥିଲେ
-ଯେଉଁଠୁ ନୋଟ୍ ମିଳିଛି, ସେ ରୁମ୍ ତାଙ୍କ ଘରର ଅଂଶ ନୁହେଁ
-ଷ୍ଟୋର ରୁମ୍ ତାଙ୍କ ଘର ପରିସରରେ ରହିଛି
-ଷ୍ଟାଫ୍ ରୁମ୍ ନିକଟରେ ରହିଛି ଷ୍ଟୋର ରୁମ୍
-ନୋଟ୍ ବାବଦରେ ସେ କିଛି ଜାଣନ୍ତି ନାହିଁ
--ମାର୍ଚ୍ଚ ୧୪ ତାରିଖ ରାତିରେ ଷ୍ଟାଫ୍ ରୁମରେ ଅଗ୍ନିକାଣ୍ଡ ଘଟିଥିଲା
-ଏହି ରୁମକୁ ଅନେକ ଲୋକ ଯାଆସ କରନ୍ତି
ବିବାଦ ଘନେଇବା ପରେ ମୁହଁ ଖୋଲିଲେ ବିଚାରପତି ଯଶବନ୍ତ ବର୍ମା । ଟଙ୍କା ମିଳିଥିବା ଘର ତାଙ୍କର ନୁହେଁ ବୋଲି କହି ଅଭିଯୋଗକୁ କଲେ ଖଣ୍ଡନ
ଏହି ଭିଡିଓରେ ବିପୁଳ ପରିମାଣର ନଗଦ ଟଙ୍କା ଠାବ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ପୁଲିସ ଏହାକୁ ରେକର୍ଡ ମଧ୍ୟ କରିଛି । ଏଥିସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଓ କିଛି ଫଟୋ ମଧ୍ୟ ସାର୍ବଜନୀନ କରାଯାଇଛି। ଏ ବାବଦର ୨୫ ପୃଷ୍ଠାର ରିପୋର୍ଟ ସହିତ ଜଳୁଥିବା ନୋଟର ଫଟୋ ଓ ଭିଡିଓ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ ହୋଇଛି। ଏହି ଭିଡିଓଟି ୧ ମିନିଟ୍ ୭ ସେକେଣ୍ଡର, ଯେଉଁଥିରେ ନୋଟ୍ ଜଳୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀ ମାନେ ସଫେଇ କରୁଥିବା ଭିଡିଓରେ ଦେଖାଯାଉଛି।
/kanak/media/media_files/2025/03/23/iTYnxRvidtnxWqIU00DQ.jpg)