ଯୁଦ୍ଧ ବିରତି ଘୋଷଣା ପରେ ସୀମାରେ ଫେରୁଛି ଶାନ୍ତି । କିନ୍ତୁ ରାତି ହେଲେ ସ୍ଥାନୀୟ ଲୋକଙ୍କ ମନରେ ବଢୁଛି ଭୟ

ଭାରତ-ପାକିସ୍ତାନ ସୀମାରେ କେମିତି ରହିଛି ସ୍ଥିତି, ଗ୍ରାଉଣ୍ଡ ଜିରୋ ଯାଇ ସ୍ଥିତି ପରଖିଛି କନକ ନ୍ୟୁଜ।   ରାଜୌରୀ-ଆରଏସ୍ ପୁରା ସୀମାର କୋରଟାନା ଗାଁ। ଏଇଠି ଅଛି ସେନାର ପୋଷ୍ଟ। ଏଇଠୁ ଆକ୍ରମଣ କରନ୍ତି ଭାରତୀୟ ଯବାନ। ସବୁଠୁ ବଡ଼ ଜିନିଷ ହେଲା, ୧୯୭୪ ପରେ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ହୋଇଥିଲେ ବି ଲୋକେ ଗାଁ ଛାଡି ବାହାରକୁ ଯାଇନଥିବା ଦେଖିବାକୁ ମିଳିଛି । 

asdfssdsds

କନକ ବ୍ୟୁରୋ : ଗତ କିଛି ଦିନ ହେବ ଗୁଳି ଓ ଡ୍ରୋନ୍ ମାଡ଼ରେ ଅଶାନ୍ତ ହୋଇପଡିଥିଲା ଭାରତ-ପାକିସ୍ତାନ ସୀମା। ପ୍ରତି ମୁହୂର୍ତ୍ତରେ ଶୁଭୁଥିଲା ଗୁଳିଗୋଳା ଶବ୍ଦ। ପାକିସ୍ତାନ ପଟୁ ହେଉଥିଲା ଡ୍ରୋନ୍ ଓ ମୋର୍ଟାର ମାଡ଼। ଆଜି ସେହି ସୀମାନ୍ତ ଅଞ୍ଚଳରେ ସ୍ବାଭାବିକ ହୋଇଛି ସ୍ଥିତି। ଖୋଲିଛି ଦୋକାନ ବଜାର, ଗାଡି ମୋଟର ବି ଚାଲିଛି। ଜମ୍ମୁ କାଶ୍ମୀରର ଆରଏସ୍ ପୁରା ହେଉ କି ଅଖନୁର, ପୁଞ୍ଚ ହେଉ କି ରାଜୌରି, ସବୁଠି ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। 

ଭାରତ-ପାକିସ୍ତାନ ସୀମାରେ କେମିତି ରହିଛି ସ୍ଥିତି, ଗ୍ରାଉଣ୍ଡ ଜିରୋ ଯାଇ ସ୍ଥିତି ପରଖିଛି କନକ ନ୍ୟୁଜ।   ରାଜୌରୀ-ଆରଏସ୍ ପୁରା ସୀମାର କୋରଟାନା ଗାଁ। ଏଇଠି ଅଛି ସେନାର ପୋଷ୍ଟ। ଏଇଠୁ ଆକ୍ରମଣ କରନ୍ତି ଭାରତୀୟ ଯବାନ। ସବୁଠୁ ବଡ଼ ଜିନିଷ ହେଲା, ୧୯୭୪ ପରେ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ହୋଇଥିଲେ ବି ଲୋକେ ଗାଁ ଛାଡି ବାହାରକୁ ଯାଇନଥିବା ଦେଖିବାକୁ ମିଳିଛି । 

ରାଜୌରି ସେକ୍ଟରର ଖେଇରି ଗାଁରେ ଗତକାଲି ଜାକିର ହୁସେନ ନାମକ ଜଣେ ବ୍ୟକ୍ତିଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା। ମୋର୍ଟାର ଓ ଡ୍ରୋନ୍ ଆକ୍ରମଣରେ ଅନେକ ଲୋକଙ୍କ ଘର ଭାଙ୍ଗିଛି। ଘର କାନ୍ଥ ଗୁଡିକରେ ବାଜିଛି ଗୁଳି। ଆଜି ସେହି ସୀମାନ୍ତବର୍ତ୍ତୀ ଗାଁକୁ ଯାଇ କ୍ଷୟକ୍ଷତି ଆକଳନ କରିଛି ପ୍ରଶାସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe