ଓଡ଼ିଶାରେ ବାର୍ଡ ଫ୍ଲୁ ପରେ ପଶ୍ଚିମବଙ୍ଗ ସୀମାରେ ଅଟକିଲା ଓଡିଶାର କୁକୁଡା ଓ ଅଣ୍ଡା ଟ୍ରକ । ସଂକ୍ରମଣ ଆଶଂକାରେ ପ୍ରବେଶ ଅନୁମତି ଦେଲେ ନାହିଁ ଦିଦି

Advertisment

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନା କଣିଆ ଟୋଲପ୍ଲାଜା। ଅଟକି ରହିଛି ଶହଶହ ଅଣ୍ଡା ଓ କୁକୁଡ଼ା ଗାଡ଼ି। ଓଡ଼ିଶାରେ ବାର୍ଡ ଫ୍ଲୁ’ ସଂକ୍ରମଣ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ସତର୍କତା ଜାରି ହୋଇଛି। ଯେଉଁଥିପାଇଁ ସୀମାରେ ଏସବୁ ଟ୍ରକକୁ ଅଟକାଇ ରଖିଛି ପଶ୍ଚିମବଙ୍ଗ ପୁଲିସ। 

32k

କନକ ବ୍ୟୁରୋ :  ବାର୍ଡ ଫ୍ଲୁ ସଂକ୍ରମଣ ଭିତରେ ଓଡ଼ିଶାରୁ ଯାଉଥିବା ଶହଶହ ଟ୍ରକକୁ ପଶ୍ଚିମବଙ୍ଗ ଭିତରକୁ ପଶିବାକୁ ଦେଉନାହାନ୍ତି ସେଠାକାର ପୁଲିସ। ଫଳରେ ପଶ୍ଚିମବଙ୍ଗ ସୀମାରୁ ଫେରିଆସୁଛି ଅଣ୍ଡା ଓ ଚିକେନ ଗାଡ଼ି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଗାଡ଼ି ଡ୍ରାଇଭର।

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନା କଣିଆ ଟୋଲପ୍ଲାଜା। ଅଟକି ରହିଛି ଶହଶହ ଅଣ୍ଡା ଓ କୁକୁଡ଼ା ଗାଡ଼ି। ଓଡ଼ିଶାରେ ବାର୍ଡ ଫ୍ଲୁ’ ସଂକ୍ରମଣ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ସତର୍କତା ଜାରି ହୋଇଛି। ଯେଉଁଥିପାଇଁ ସୀମାରେ ଏସବୁ ଟ୍ରକକୁ ଅଟକାଇ ରଖିଛି ପଶ୍ଚିମବଙ୍ଗ ପୁଲିସ। 

 ଗୁରୁବାର ଠାରୁ ଓଡ଼ିଶା ସୀମାରେ ୩୦ରୁ ଅଧିକ କକୁଡା ଗାଡି ଫେରି ଯାଇଥିବା ବେଳେ ୮୦ରୁ ଅଧିକ ଅଣ୍ଡା ଗାଡ଼ି ଅଟକି ଥିବା ଦେଖିବାକୁ ମିଳିଛି। ସେଗୁଡ଼ିକକୁ ଓଡିଶା ମଧ୍ୟକୁ ଫେରାଇ ଦେଇଥିଵା ଦେଖିବାକୁ ମିଳିଛି। ଅନେକ ଅଣ୍ଡା ଟ୍ରକ ଆନ୍ଧ୍ରପ୍ରଦେଶରୁ ଲୋଡ ହୋଇ ଆସାମ ଯାଉଥିଲେ ମଧ୍ୟ ପଶ୍ଚିମ ପୋଲିସ ସେଗୁଡିକକୁ ଅଟକି ଥିବା ଦେଖିବାକୁ ମିଳିଛି।

ବଡ଼ କଥା ହେଉଛି, ଓଡ଼ିଶାର କିଛି ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖା ଦେଇଛି। ହେଲେ ଯେଉଁ ଗାଡ଼ି ପଶ୍ଚିମବଙ୍ଗକୁ ଯାଉଛି, ସେସବୁ ଆନ୍ଧ୍ରର। ତେଣୁ ଆନ୍ଧ୍ର ଗାଡ଼ିକୁ କାହିଁକି ଅଟକାଯାଉଛି ପଶ୍ଚିମବଙ୍ଗ ପୁଲିସ, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe