କନକ ବ୍ୟୁରୋ: ବୁଝାମଣା ଅନୁସାରେ କ୍ରମଶ ଏଲଏସିରୁ ହଟୁଛନ୍ତି ଉଭୟ ଭାରତ-ଚୀନ ସେନା ।ପୂର୍ବ ଲଦାଖରେ ଥିବା ଡେମଚୋକ ଓ ଦୀପସାଙ୍ଗ ପଂଏଟରୁ ଉଭୟ ଦେଶ ନିଜ ସେନାକୁ ଅପସାରଣ କରୁଥିବା ସୂଚନା ମିଳିଛି । ନିକଟରେ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଏହି ପଂଏଟରେ ପାଟ୍ରୋଲିଂ କରାଯିବା ସହ ସେନାକୁ ହଟାଯିବ ।ଏନେଇ ଭାରତ- ଚୀନ ସରକାରଙ୍କ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଥିଲା । ଠିକ ଏହାର ପରଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବ୍ରିଗ୍ସ ମଂଚରେ ସାକ୍ଷାତ ଓ ଦ୍ବିପାକ୍ଷୀକ ଆଲୋଚନା ମଧ୍ୟ ହୋଇଛି ।ଏଠି କୁହାଯାଇପାରେ ଉଭୟ ଦେଶର ତିକ୍ତତାପୂର୍ଣ୍ଣ ସର୍ମ୍ପକରେ ସୁଧାର ଆସୁଥିବା ଆଶା କରାଯାଇପାରେ ।