କନକ ବ୍ୟୁରୋ: ୱାକଫ୍ ବିଲ୍ ନେଇ ବିଜେଡିରେ କମ୍ପନ ପରେ ନବୀନ ନିବାସରେ ପହଞ୍ଚିଲେ ଦଳର ପୁରୁଖା ନେତା । ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ନବୀନ ନିବାସରେ ବସିଛି ବୈଠକ । ଦଳୀୟ ବୈଠକରେ ବିଜେଡିର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଦେବୀ ମିଶ୍ର, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ସାମଲ, ଶଶୀ ବେହେରା, ରଜନୀକାନ୍ତ ସିଂ, ନୃସିଂହ ସାହୁ, ରଘୁ ସାହୁଙ୍କ ସମେତ ଦଳର ମୁଖପାତ୍ରମାନେ ମଧ୍ୟ ସାମିଲ ହୋଇଛନ୍ତି ।
ନବୀନ ନିବାସରେ ରୁଦ୍ଧଦ୍ୱାର ବୈଠକ ଚାଲିଥିବାବେଳେ ବିଜେଡି ନେତ୍ରୀ ରଞ୍ଜିତା ସାହୁ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ରଞ୍ଜିତା କହିଛନ୍ତି, ଆମ ଦଳର ସୁପ୍ରିମୋ ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ତାହା ଦଳର ସବୁ ନେତା ଓ କର୍ମୀ ମାନିବେ । ଆମ ଦଳ ସବୁଠାରୁ ଶୃଙ୍ଖଳିତ ଦଳ ବୋଲି ସଭିଏଁ ଜାଣିଛନ୍ତି । ୱାକଫ୍ ବିଲ୍ ନେଇ ଅଧିକ କିଛି କହିବିନି ବୋଲି ରୋକଠୋକ୍ କହିଦେଇଛନ୍ତି ରଞ୍ଜିତା ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/04/04/d8u0EqRf7Go3VtNMaavW.jpg)