କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଚଳିତ ବଜେଟ୍ ଟିକସ ଦାତାଙ୍କୁ ଆଶ୍ୱସ୍ତ କରିଥିବା ବେଳେ ଏବେ ଆଉ ଏକ ବଡ ଘୋଷଣା ହୋଇପାରେ । ଯାହା ଗାଡି ଚାଳକଙ୍କୁ ଆଶ୍ୱସ୍ତ କରିପାରେ । ଟୋଲ୍ ଫିକୁ ନେଇ ଏମିତି କିଛି ଇସାରା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ । 

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟୋଲ୍ ଫି ଉପରେ ବଡ ଇସାର କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ । ଆପଣ ଭାବୁଥିବେ ବୋଧହୁଏ ଟୋଲ ଫି ଛାଡ ହୋଇଯିବ । ଯଦିଓ ଟୋଲ ଫି ଛାଡ ହେନନି କିନ୍ତୁ ଟୋଲ୍ ଫି କମିବାର ଆଶା ଦେଖାଇଛନ୍ତି ଗଡକରୀ । 

କ'ଣ କହିଲେ ଗଡକରୀ ?
କୌଣସି ସ୍ପଷ୍ଟ ତଥ୍ୟ ନରଖି ଗଡକରୀ କହିଛନ୍ତି, ଖୁବଶୀଘ୍ର ଏପରି ଏକ ସ୍କିମ୍ ଆସିବାକୁ ଯାଉଛି, ଯାହା ଲୋକଙ୍କୁ ଆଶ୍ୱସ୍ତ କରିପାରେ । ଗଡକରୀଙ୍କୁ ଟୋଲ ଫି ଛାଡ ଏବଂ ଟୋଲ୍ ଫି କମାଇବା ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଟୋଲ୍ ଫିକୁ ନେଇ ଲୋକଙ୍କ ମନରେ ଯେଉ କ୍ରୋଧ ରହିଛି ତାହା ଖୁବଶୀଘ୍ର ଦୂର ହୋଇଯିବ । ସରକାର ସାଟେଲାଇଟ୍ ବେସ୍ଡ ଟୋଲ୍ ଉପରେ କାମ କରୁଛନ୍ତି । ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବ । ଏହା ସହ ଗଡକରୀ ଡିଜେଲ୍ ବସର ସଂଖ୍ୟା କମାଇବା କଥା ମଧ୍ୟ କହିଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ଦିଲ୍ଲୀ ରାସ୍ତାରେ ଡିଜେଲ୍ ବସ୍ ସ୍ଥାନରେ ଇଲେକ୍ରିକ୍ ବସ୍ ଗଡିବ । ଆଗାମୀ ଦିନରେ ୧୦୦ ପ୍ରତିଶତ ଇଥନଲରେ ଗାଡି ଚାଲିବା ନେଇ ଯୋଜନା ମଧ୍ୟ କରାଯାଉଛି । ପ୍ରାୟ ସବୁ କାର୍ କମ୍ପାନୀଗୁଡିକୁ ଇଥନଲ ଚାଲିତ ଗାଡି ବନାଇବା ପାଇଁ ମଧ୍ୟ କୁହାଯାଇଛି । ତେବେ ଯଦି କେନ୍ଦ୍ର ସରକାର ଟୋଲ ଫିକୁ ନେଇ ବଡ ଘୋଷଣା କରନ୍ତି ତେବେ ଏହାଦ୍ୱାରା ଟୋଲ୍ ଗେଟ୍ ଦେଇ ପ୍ରତିଦିନ ଯାତ୍ରା କରୁଥିଲା ଲକ୍ଷ ଲକ୍ଷ ଗାଡି ମାଲିକ ଆଶ୍ୱସ୍ତ ହେବେ ।