କନକ ବ୍ୟୁରୋ : ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦ ଛାଡିବା ପରେ ଦଳ ଭିତରେ କମ୍ପନ ସୃଷ୍ଟି ହୋଇଛି। ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଆଗକୁ କିଏ? ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେପି ବିଧାୟକ ଓ ନେତାଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ବିଜେଡିର ଦୀର୍ଘ ୨୭ବର୍ଷର ରାଜନୈତିକ ଯାତ୍ରା ଭିତରେ ପୂର୍ବରୁ କେବେ ଏମିତି ଘଟିନଥିଲା। ଯେତେବେଳେ ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ନବୀନଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ ଦେଇ ଦଳ ଛାଡିଥିବେ। ଆଉ ଦଳ ବିରୋଧରେ ଖୋଲାଖୋଲି ବିଶୋଦଗାର କରୁଥିବେ। ହେଲେ, ଡବଲ ଇଞ୍ଜିନ ସରକାର ପରେ ବଦଳି ଯାଇଛି ରାଜନୈତିକ ଦୃଶ୍ୟପଟ୍ଟ। ତେବେ ସାଂସଦ ସୁଲତା ଦେଓ ସୁଜିତଙ୍କୁ ସମାଲୋଚନା କରିଛନ୍ତି।
ଗୋଟେ ପଟେ ଲୋକସଭାରେ ବିଜେଡିର କୌଣସି ସାଂସଦ ନଥିବା ବେଳେ ଅନ୍ୟପଟେ ରାଜ୍ୟସଭାରୁ ଜଣକ ପରେ ଜଣେ ସାଂସଦ ଇସ୍ତଫା ଦେବା, ଦିଲ୍ଲୀରେ ଦଳକୁ ଦୁର୍ବଳ କରିଛି। ଦୁଇ ରାଜ୍ୟସଭା ସାଂସଦ ଯିବା ପରେ ରାଜ୍ୟସଭାରେ ବିଜେଡିର ସାଂସଦ ସଂଖ୍ୟା ୭କୁ ଖସି ଆସିଛି। ଆଗକୁ ରାଜ୍ୟସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ଆହୁରି ଖସିବ ବୋଲି କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/VjyHWWDwVTKzS8IxDdVR.jpg)