କନକ ବ୍ୟୁରୋ : ନାରୀ ଶକ୍ତିର ଅଦ୍ଭୁତ ଉଦାହରଣ । ଗୋଟିଏ ହାତରେ ଛାତିରେ ନବଜାତକୁ ଜାବୁଡି ଧରିଛନ୍ତି। ଆଉ ଗୋଟିଏ ହାତରେ ଲାଠି ଧରି ଭୟଙ୍କର ଭିଡ କୁ ନିୟନ୍ତ୍ରଣ କରୁଛନ୍ତି। ଗୋଟିଏ ପଟେ ଦେଶକୁ ଦେଇଥିବା ପ୍ରତିଶ୍ରୁତି ଓ ଅନ୍ୟପଟେ ଛୁଆକୁ ଦେଇଥିବା ପ୍ରତିଶ୍ରୁତି କୁ ଏକା ସାଙ୍ଗେ ନିଖୁଣ ଭାବରେ ତୁଲାଉଥିଲେ rpf ରୀନା । ରୀନାଙ୍କୁ ଦେଖି ରେଲୱେ ଷ୍ଟେସନରରେ ଯାଉଥିବା ଆସୁଥିବା ଲୋକ ସାଲ୍ୟୁଟ ମାରୁଥିନ୍ତି। କହୁଥାନ୍ତି ମା ତୁଝେ ସଲାମ । ହଁ କାହିଁକି ବା ନକହିବେ ଏ ମାକୁ, ଯିଏ ଏଭଳି ଭୟଙ୍କର ପରିସ୍ଥିତିରେ ନିଜର ନବଜାତ ସହ ଡ୍ୟୁଟି କରି ଲୋକଙ୍କୁ ସତର୍କ କରାଉଛନ୍ତି , ଭିଡ ନିୟନ୍ତ୍ରଣ କରୁଛନ୍ତି । ସବୁ ପଛ କରି ଭିଡରୁ ଶହ ଶହ ଜୀବନ ବଞ୍ଚାଇବା ରୀନରଙ୍କ ପ୍ରଥମ କର୍ତ୍ତବ ପାଳଟିଛି ।
ନାରୀ ଟିଏ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ଥାଏ । ଘରେ ମା, ସ୍ତ୍ରୀ, ବୋହୂ ହୋଇ ସମସ୍ତଙ୍କ ଦେଖାଶୁଣା ଦାୟିତ୍ବ ତୁଲାଇଥାଏ । ସେହିପରି କାର୍ଯ୍ୟକ୍ଷେତ୍ରରେ ମଧ୍ୟ ନିଜର କର୍ତ୍ତବ୍ୟ କରିବାରେ ପଛଘଞ୍ଚା ଦେଇନଥାଏ । ତେଣୁ ଏଥିପାଇଁ ତ ନାରୀ ସବୁବେଳେ ବନ୍ଦନୀୟ, ପୂଜନୀୟ । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଆରପିଏଫ ରୀନା । ରୀନାଙ୍କ ର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଉ ଯିଏ ଦେଖୁଛି ସିଏ କହୁଛି ଏ ମହିଳା ହେଉଛନ୍ତି ନାରୀ ଶକ୍ତିର ଅଦ୍ଭୁତ ଉଦାହରଣ। କର୍ତ୍ତବ୍ୟ ଏବଂ ମା ହେବାର ଦୁଇଟି ଦାୟିତ୍ବକୁ ଏକା ସାଙ୍ଗେ ବହୁତ ଭଲ ଭାବେ ତୁଲାଇପାରିଛନ୍ତି । ଡ୍ୟୁଟିରେ ନିଜର ଛୁଆକୁ ସମ୍ଭାଳିବା ସହ ଯାତ୍ରୀମାନଙ୍କ ଭିଡକୁ ସୁଚାରୁରୂପେ ପରିଚାଳନା କରିଥିଲେ ଆଉ ସତର୍କ କରାଉଥିଲେ । ରୀନାଙ୍କ ସାହସ ଏବଂ ସମର୍ପଣକୁ ଲୋକେ ପ୍ରଶଂସା କରୁଛନ୍ତି ।
ଗତ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ଖଚାଖଚ ଭିଡ । ସମସ୍ତଙ୍କର ଗନ୍ତବ୍ୟସ୍ଥଳ ହେଉଛି ମହାକୁମ୍ଭ । ହଠାତ ଏକ ଘୋଷଣା ହେଲା କୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ପରିବର୍ତ୍ତନ ହୋଇଛି । ଶବ୍ଦଟି ଯେତେବେଳେ ସମସ୍ତଙ୍କ କାନରେ ପଡିଲା ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା । ଲୋକମାନେ ଟ୍ରେନ ଛୁଟିବା ଭୟରେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ ଲାଗିଲେ। କିଛି ସମୟ ମଧ୍ୟରେ, ବିଶୃଙ୍ଖଳା ଏତେ ତୀବ୍ର ହୋଇଗଲା ଯେ ଏହା ଦଳାଚକଟାର ରୂପ ନେଇଗଲା ଆଖି ପିଛୁଳାକେ ନୂଆଦିଲ୍ଲୀ ରେଳ ଷ୍ଟେସନରେଦଳାଚକଟା ଆରମ୍ଭ ହୋଇଗଲା । ରେଳବାଇ ପ୍ରଶାସନ ଦଳାଚକଟାକୁ ରୋକିବା ପାଇଁ ଚେଷ୍ଟା କରିବାରେ ବ୍ୟସ୍ତ ଥିଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ୧୮ ଜଣ ଲୋକ ପ୍ରାଣ ହରାଇସାରିଥିଲେ । ଏହି ଏହି ଘଟଣା ପରେ, ରେଳବାଇ ସତର୍କ ହୋଇଥିଲା ଏବଂ RPF ନିୟୋଜିତ ବୃଦ୍ଧି କରାଯାଇଥିଲା । ଆଉ ଏହାରି ମଧ୍ୟରେ ରୀନାଙ୍କର ଡବଲ ଡ୍ୟୁଟି ସମସ୍ତିଙ୍କରୂ ଦୃଷ୍ଟି ଆକର୍ଷଣ କରିଥିଲା ।