ଝାଡ଼ାବାନ୍ତି ବ୍ୟାପିବା ପରେ ଆକ୍ସନମୋଡରେ ପ୍ରଶାସନ, କଟକ, ଟାଙ୍ଗୀ, ଯାଜପୁର ଓ ଚଣ୍ଡିଖୋଲର ଅନେକ ହୋଟେଲ ସିଲ୍

୧୦ ଦିନରୁ ଅଧିକ ହେବ ଏଭଳି ଲାଗି ରହିଥିବା ବେଳେ ପ୍ରଶାସନ ମୁଣ୍ଡରେ ଏବେ ଚିନ୍ତା ପଶିଛି ।  କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି । ପାଣି ଓ ଖାଦ୍ୟର ମାନ ଯାଂଚ କରିଛନ୍ତି ଏହି ଟିମ୍ ।

kfdgfsd

j

କନକ ବ୍ୟୁରୋ : କିଛି ଜିଲ୍ଲାରେ ଏବେ ହଇଜା ମହାମାରୀର ରୂପ ନେଉଛି । ମେଡିକାଲରେ ଶହ ଶହ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । କିଛି ଲୋକଙ୍କର ଜୀବନ ମଧ୍ୟ ଗଲାଣି । ୧୦ ଦିନରୁ ଅଧିକ ହେବ ଏଭଳି ଲାଗି ରହିଥିବା ବେଳେ ପ୍ରଶାସନ ମୁଣ୍ଡରେ ଏବେ ଚିନ୍ତା ପଶିଛି ।  କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି । ପାଣି ଓ ଖାଦ୍ୟର ମାନ ଯାଂଚ କରିଛନ୍ତି ଏହି ଟିମ୍ । ଚଢ଼ଉ ସମୟରେ ତିନୋଟି ହୋଟେଲ ସିଲ୍ କରାଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ହୋଟେଲରେ ଚଢାଉ କରିଛନ୍ତି । ନିମ୍ନମାନର ଖାଦ୍ୟ ପାଇଁ ଏକାଧିକ ହୋଟେଲ ସିଲ କରାଯାଇଥିବା ଜଣାପଡ଼ିଛି । ସେହିପରି ଯାଜପୁର ଚଣ୍ଡିଖୋଲରେ ମଧ୍ୟ ଏକାଧିକ ହୋଟେଲରେ ଚଢ଼ଉ କରାଯାଇଛି । ତହସିଲଦାରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଛି । ସଫାସୁତୁରା ଓ ଖାଦ୍ୟର ମାନ ନେଇ ଚାଲିଛି ଯାଂଚ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe