କନକ ବ୍ୟୁରୋ : କିଛି ଜିଲ୍ଲାରେ ଏବେ ହଇଜା ମହାମାରୀର ରୂପ ନେଉଛି । ମେଡିକାଲରେ ଶହ ଶହ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । କିଛି ଲୋକଙ୍କର ଜୀବନ ମଧ୍ୟ ଗଲାଣି । ୧୦ ଦିନରୁ ଅଧିକ ହେବ ଏଭଳି ଲାଗି ରହିଥିବା ବେଳେ ପ୍ରଶାସନ ମୁଣ୍ଡରେ ଏବେ ଚିନ୍ତା ପଶିଛି । କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି । ପାଣି ଓ ଖାଦ୍ୟର ମାନ ଯାଂଚ କରିଛନ୍ତି ଏହି ଟିମ୍ । ଚଢ଼ଉ ସମୟରେ ତିନୋଟି ହୋଟେଲ ସିଲ୍ କରାଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ହୋଟେଲରେ ଚଢାଉ କରିଛନ୍ତି । ନିମ୍ନମାନର ଖାଦ୍ୟ ପାଇଁ ଏକାଧିକ ହୋଟେଲ ସିଲ କରାଯାଇଥିବା ଜଣାପଡ଼ିଛି । ସେହିପରି ଯାଜପୁର ଚଣ୍ଡିଖୋଲରେ ମଧ୍ୟ ଏକାଧିକ ହୋଟେଲରେ ଚଢ଼ଉ କରାଯାଇଛି । ତହସିଲଦାରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଛି । ସଫାସୁତୁରା ଓ ଖାଦ୍ୟର ମାନ ନେଇ ଚାଲିଛି ଯାଂଚ ।
ଝାଡ଼ାବାନ୍ତି ବ୍ୟାପିବା ପରେ ଆକ୍ସନମୋଡରେ ପ୍ରଶାସନ, କଟକ, ଟାଙ୍ଗୀ, ଯାଜପୁର ଓ ଚଣ୍ଡିଖୋଲର ଅନେକ ହୋଟେଲ ସିଲ୍
୧୦ ଦିନରୁ ଅଧିକ ହେବ ଏଭଳି ଲାଗି ରହିଥିବା ବେଳେ ପ୍ରଶାସନ ମୁଣ୍ଡରେ ଏବେ ଚିନ୍ତା ପଶିଛି । କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି । ପାଣି ଓ ଖାଦ୍ୟର ମାନ ଯାଂଚ କରିଛନ୍ତି ଏହି ଟିମ୍ ।
/kanak/media/media_files/2025/06/17/08ADk4mqHowjc5Z2iTbZ.jpg)