Photograph: (kanaknews)
କନକବ୍ୟୁରୋ : ପୁରୀ ମହାନଗର ନିଗମ ଭାବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଆଉ ପାଦେ ଆଗେଇଛି। ମହାନଗର ନିଗମରେ ମିଶିଥିବା ସୀମାନ୍ତ ପଞ୍ଚାୟତର ଗାଁଗୁଡ଼ିକୁ ନେଇ ୱାର୍ଡ ଗଠନ କରାଯାଇଛି। ମହାନଗର ନିଗମ ପାଇଁ ମୋଟ ୩୯ଟି ୱାର୍ଡ ଗଠନ ହୋଇଛି। ପୌର ପ୍ରଶାସକ ତଥା ଜିଲ୍ଲାପାଳ ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଇଛନ୍ତି । ପୂରଣ ହେବାକୁ ଯାଛି ପୁରୀବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ । ମହାନଗର ନିଗମରେ ପରିଣତ ହେବ ପୁରୀ ପୌରପାଳିକା। ଏଥିଲାଗି ୱାର୍ଡ ପୁନର୍ଗଠନ ହୋଇଥିବା ବେଳେ ଏ ନେଇ କିଛି ଗାଁର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆହୁରି ଅଧିକ ୱାର୍ଡ କରିବାକୁ ଲୋକେ ଦାବି କରିଛନ୍ତି । ଅଧିକ ଲୋକ ପ୍ରତିନିଧିଙ୍କ ଆବଶ୍ୟକତା ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେହିପରି ୱାର୍ଡ ପୁନର୍ଗଠନରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ମତାମତ ନିଆଯାଇନଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।
ମହାନଗର ନିଗମରେ ମିଶିଥିବା ସୀମାନ୍ତ ପଞ୍ଚାୟତର ଗାଁଗୁଡ଼ିକୁ ନେଇ ୱାର୍ଡ ଗଠନ କରାଯାଇଛି। ୩୪ଟି ଗାଁକୁ ନେଇ ୮ଟି ନୂଆ ୱାର୍ଡ ଗଠନ କରାଯାଇଛି। ମୋଟ ୩୯ଟି ୱାର୍ଡକୁ ନେଇ ଗଠନ ହେବ ପୁରୀ ମହାନଗର ନିଗମ। ଏହା ଉପରେ ସରକାର ଆପତ୍ତି ଓ ପ୍ରସ୍ତାବ ଆହ୍ବାନ କରିବେ। ମାସେ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ପୁରୀ ପୌରାଞ୍ଚଳର ୨ ଓ ୩ ନମ୍ବର ୱାର୍ଡ ମିଶିଲା
୧୭ଟି ଆସନ ଅଣସଂରକ୍ଷିତ
୨୦ଟି ଆସନ ମହିଳାବର୍ଗଙ୍କ ପାଇଁ ସଂରକ୍ଷିତ
୧ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ
୮ ଓ ୧୪ ନମ୍ବର ୱାର୍ଡ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ , ପ୍ରସ୍ତାବିତ ପୁରୀ ମହାନଗର ନିଗମରେ ଜନସଂଖ୍ୟା ୨ଲକ୍ଷ ୪୫ ହଜାର ଆକଳନ କରାଯାଇଛି ।
Follow Us