କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ଆଜି ପ୍ରବଳ ବର୍ଷା । ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା । ଏସବୁ ଜିଲ୍ଲାଗୁଡିକ ହେଉଛି ବଲାଙ୍ଗୀର, ନୂଆପଡା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା । ୩ ଘଣ୍ଟା ପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ଏବେବି ସବୁ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଆଜି ପାଇଁ ତିନି ଜିଲ୍ଲାକୁ ଅରେଞ୍ଜ ଏବଂ ୪ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି । ନୂଆପଡା, ବରଗଡ଼, ଝାରସଗୁଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଜିଲ୍ଲାକୁ ୟୋଲା ୱାର୍ଣ୍ଣି ଜାରି କରାଯାଇଛି । ଏସବୁ ଜିଲ୍ଲାକୁ ଆଜି ସକାଳ ସାଢେ ୮ଟାରୁ ଆସନ୍ତକାଲି ସକାଳ ସାଢେ ୮ଟା ଯାଏ ସତର୍କତା ଜାରି ହୋଇଛି । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗରେ ୨୨ କିଲୋମିଟର ବେଗରେ ଗତି କରୁଛି । ଧିରେ ଧିରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ଗତି କରି ଉତର ଛତିଶଗଡ଼ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସକାଳ ୮ଟା ୩୦ ଯାଏଁ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର । ଏସବୁ ଜିଲ୍ଲାରେ ୨୦୦ ମିଲିଲିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୧୨ ଜିଲ୍ଲାକୁ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।