କନକ ବ୍ୟୁରୋ: ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଂଚିବେ ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ପହଁଚୁଛନ୍ତି ଜଣେ ପରେ ଜଣେ ନେତାମନ୍ତ୍ରୀ। ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଅମିତ ସାହା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଂଚି ସାରିଲେଣି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜଭବନ ଛକରେ ହଜାର ହାଜର ଲୋକ ରୁଣ୍ଡ ହୋଇଛନ୍ତି । ମୋଦୀଙ୍କ ରୋଡ ଶୋରେ ସାମିଲ ହେବା ପାଇଁ।
ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ: ଭବ୍ୟ ସ୍ୱାଗତ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ, ବିମାନ ବନ୍ଦରରେ ପହଂଚିଲେଣି ନେତାମନ୍ତ୍ରୀ
Advertisment
Follow Us