କନକ ବ୍ୟୁରୋ :  ଦୀପକ ରାଉତ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀଙ୍କ ପରିବାର । ପୂର୍ବରୁ ଅଭିଯୁକ୍ତ ଦୀପକ ଢେଙ୍କାନାଳ ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ପ୍ରେମ ବିବାହ କରିଥିଲା ଦୀପକ । ଅପର୍ଣ୍ଣା ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ଵ ନିରୀକ୍ଷକ ଭାବେ ଚାକିରି କରୁଥିଲେ । ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଦୀପକ କହିଥିଲା। ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବାର ଏକ କାହାଣୀ ରଚିଥିଲା ଦୀପକ । ନାଟକୀୟ ଢଙ୍ଗରେ ଅପର୍ଣ୍ଣାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଏହି ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରିଛନ୍ତି ଅପର୍ଣ୍ଣାଙ୍କ ସମ୍ପର୍କୀୟ। ଏଥିସହ ତାଙ୍କ ମୃତ ଝିଅକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଅପର୍ଣ୍ଣାଙ୍କ ମାଆ।