ଚିଙ୍ଗୁଡ଼ି ପରେ କଙ୍କଡ଼ା ଚାଷର ଚାହିଦା, ଅସ୍ତରଙ୍ଗ ଅଞ୍ଚଳରେ ଚାଷୀ ମାଲାମାଲ

ଆମିଷପ୍ରିୟ ଲୋକମାନେ ମାଛ, ମାଂସ, ଆଣ୍ଡା ସହ ଚିଙ୍ଗୁଡ଼ି, କଙ୍କଡ଼ା ଓ ସାମୁଦ୍ରିକ ମାଛ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ଏହାକୁ ନଜରରେ ରଖି ଅସ୍ତରଙ୍ଗ ଅଂଚଳର ଚାଷୀ ମାନେ କଙ୍କଡ଼ା ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

crab farming

crab farming Photograph: (Kanak News)

କନକ ବ୍ୟୁରୋ: ଉପକୂଳ ଓଡ଼ିଶାର ନଦୀ ଏବଂ ସମୁଦ୍ର ଉପକୂଳରେ ରହୁଥିବା ଚାଷୀ ଚିଙ୍ଗୁଡି ଚାଷ କରି ବିଦେଶକୁ ବି ରପ୍ତାନି କରନ୍ତି ।  କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚିଙ୍ଗୁଡି ଚାଷ ଉପରେ ପଡ଼ୁଛି । ଯାହାଦ୍ବାରା ଚିଙ୍ଗୁଡି ଚାଷୀ ମାନେ ଲାଭ ଠାରୁ ଅଧିକ କ୍ଷତି ସହୁଛନ୍ତି । ଚିଙ୍ଗୁଡି ଚାଷରୁ ମୁହଁ ଫେରାଇ ଅସ୍ତରଙ୍ଗ ଅଞ୍ଚଳର କେତେକ ଚାଷୀ ଏବେ କଙ୍କଡା ଚାଷ ପ୍ରତି ମନ ବଳାଇଛନ୍ତି। ଆଉ ଏହି କଙ୍କଡା ଚାଷ ସମ୍ପୂର୍ଣ ଭାବରେ ପ୍ରାକୃତିକ ଉପାୟରେ କରାଯାଉଥିବାରୁ କମ୍‌ ଖର୍ଚ୍ଚରେ ଅଧିକ ରୋଜଗାର ମିଳୁଛି । 

ଆମିଷପ୍ରିୟ ଲୋକମାନେ ମାଛ, ମାଂସ, ଆଣ୍ଡା ସହ ଚିଙ୍ଗୁଡ଼ି, କଙ୍କଡ଼ା ଓ ସାମୁଦ୍ରିକ ମାଛ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ଏହାକୁ ନଜରରେ ରଖି ଅସ୍ତରଙ୍ଗ ଅଂଚଳର ଚାଷୀ ମାନେ କଙ୍କଡ଼ା ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚିଙ୍ଗୁଡ଼ି ଚାଷ ଉପରେ ପଡ଼ୁଥିବାରୁ ଚିଙ୍ଗୁଡ଼ି ଚାଷ କରୁଥିବା ଚାଷୀ ମାନେ କଙ୍କଡ଼ା ଚାଷ କରୁଛନ୍ତି । ତେବେ ଶୁଧିକେଶ୍ଵର ଗାଁର ବିଚିତ୍ର ନାୟକ ଦୀର୍ଘ ୧୦ ବର୍ଷ ହେଲା ଚିଙ୍ଗୁଡି ଚାଷ କରୁଥିଲେ ।

ଶିକ୍ଷିତ ଯୁବକଙ୍କ ଚାଷ ସଉକ୍‌: ନିଜେ ରୋଜଗାର କରୁଛନ୍ତି ଅନ୍ୟଙ୍କୁ ବି ସ୍ୱାବଲମ୍ୱୀ କରିଛନ୍ତି

ଲକ୍ଷାଧିକ ଟଙ୍କା କ୍ଷତି ସହିବା ପରେ ଆର୍ଥିକସ୍ତରରେ ସମ୍ପୂର୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ପଡ଼ୋଶୀ ଗାଁର କିଛି ଚାଷୀ କଙ୍କଡା ଚାଷ କରୁଥିବାର ଜାଣିବା ପରେ ବିଚିତ୍ର କଙ୍କଡା ଚାଷ କରିବା ଆରମ୍ଭ କରିଛନ୍ତି । ଚିଙ୍ଗୁଡି ଚାଷ ହେଉଥିବା ପୋଖରୀରେ ଦେଶୀ ନୀଳ କଙ୍କଡା ତଥା ମଣ୍ଡିଆ କଙ୍କଡାର ୭୦୦ ଯାଆଁଳ ଛାଡ଼ିଥିଲେ। ବର୍ତମାନ ସେଗୁଡିକ ତିନି ମାସରେ ୩୦୦ ଗ୍ରାମ୍‌ ଓଜନ ହେଲେଣି । କଙ୍କଡା ଗୁଡିକ ୧ କିଲୋଗ୍ରାମ ଓଜନ ହେବେ ବୋଲି ଆଶା ରହିଛି । ୧ କିଲୋ କଙ୍କଡ଼ାର ମୂଲ୍ୟ ୨ ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବିଚିତ୍ର ଚଳିତ ବର୍ଷ କଙ୍କଡା ଚାଷରୁ ୫ ଲକ୍ଷ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ।

ସେହିଭଳି ଅସ୍ତରଙ୍ଗ ଅଞ୍ଚଳର ଆଉ ଜଣେ କଙ୍କଡା ଚାଷୀ ବିଷ୍ଣୁଚରଣ ବେହେରା । ପ୍ରଥମେ ଏକ ଦୋକାନ କରିବା ସହିତ କଙ୍କଡା ବ୍ୟବସାୟ କରି ପରିବାର ଚଲାଉଥିଲେ । ପରବର୍ତୀ ସମୟରେ ଦୋକାନ ଠିକରେ ନଚାଲିବାରୁ ବିଷ୍ଣୁ କଙ୍କଡା ଚାଷ ଆରମ୍ଭ କଲେ । ଦେବୀନଦୀରୁ ଛୋଟ ଛୋଟ କଙ୍କଡା ଯାଆଁଳ ଆଣି ପୋଖରୀରେ ଛାଡ଼ିଥିଲେ। ବର୍ତ୍ତମାନ କଙ୍କଡା ଗୁଡିକ ୩୦୦ ରୁ ୪୦୦ ଗ୍ରାମ୍‌ ହେଲେଣି । ଏହି ଚାଷ କରି ବିଷ୍ଣୁ ବେଶ୍‌ ଦି ପଇସା ରୋଜଗାର କରିପାରୁଛନ୍ତି । କଙ୍କଡ଼ା ଚାଷ ପାଇଁ କୌଣସି ରାସାୟନିକ ଖାଦ୍ୟ କିମ୍ବା ମେଡିସିନର ଆବଶ୍ୟକତା ନାହିଁ । କଙ୍କଡ଼ାଙ୍କ ଖାଦ୍ୟ ପାଇଁ ଛୋଟଛୋଟ ମାଛକୁ ବ୍ୟବହାର କରାଯାଏ । ତେଣୁ କଙ୍କଡ଼ା ଚାଷରେ କମ୍‌ ଖର୍ଚ୍ଚରେ ଅଧିକ ରୋଜଗାର କରିପାରୁଛନ୍ତି ଅସ୍ତରଙ୍ଗ ଅଞ୍ଚଳର କଙ୍କଡା ଚାଷୀ । 

ଅସ୍ତରଙ୍ଗ କଙ୍କଡାର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ଏହି ଚାଷ କରି ଚାଷୀ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe