ରାୟଗଡା ପରେ କୋରାପୁଟରେ କଙ୍ଗାରୁ କୋର୍ଟ : ପ୍ରେମ କରିବାରୁ ଗାଁ ଦାଣ୍ତରେ ବଳଦ ଦଣ୍ତ

ରାୟଗଡା ପରେ କୋରାପୁଟରେ କଙ୍ଗାରୁ କୋର୍ଟ । ପ୍ରେମ କରିବାରୁ ଗାଁ ଦାଣ୍ତରେ ବଳଦ ଦଣ୍ତ ଦେଲେ ଗ୍ରାମବାସୀ  ।  ପ୍ରେମୀଯୁଗଳଙ୍କ ବେକରେ ଜୁଆଳି ପଡିଥିବା ଦେଖିବାକୁ ମିଳିଛି  । 

prema

Photograph: (kanaknews)

କନକବ୍ୟୁରୋ : ରାୟଗଡା ପରେ କୋରାପୁଟରେ କଙ୍ଗାରୁ କୋର୍ଟ । ପ୍ରେମ କରିବାରୁ ଗାଁ ଦାଣ୍ତରେ ବଳଦ ଦଣ୍ତ ଦେଲେ ଗ୍ରାମବାସୀ  ।  ପ୍ରେମୀଯୁଗଳଙ୍କ ବେକରେ ଜୁଆଳି ପଡିଥିବା ଦେଖିବାକୁ ମିଳିଛି  ।  କେବଳ ଜୁଆଳି ନୁହେଁ ଗାଁ ଦାଣ୍ତରେ ହଳ ବୁଲାଇଥିବା ଦେଖିବାକୁ ମିଳିଛି  । ସମ୍ପର୍କୀୟ ଭଉଣୀ ସହ ପ୍ରେମ କରିବାରୁ ଏଭଳି ଦଣ୍ତ ମିଳିଥିବା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ଗତକାଲି ରାୟଗଡାରେ ସମାନ ଘଟଣା ଦେଖିବାକୁ ମିଳିଥିଲା ।   ପ୍ରେମ ପାଇଁ ପ୍ରେମୀଯୁଗଳଙ୍କୁ ଅକଥନୀୟ ନିର୍ଯାତନା  ଦେବା ସହ ସେହି ମାମଲାରେ ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିବା ଦେଖିବାକୁ ମିଳିଥିଲା  ।

ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା ପରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ  ଜିଲ୍ଲାପାଳ ପାରୁଲ୍‌ ପଟାୱରୀ  ।  ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ କଲ୍ୟାଣସିଂହପୁର ବିଡିଓ, ତହସିଲଦାର, ସିଡିପିଓ ଏବଂ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ରବିବାର କଞ୍ଜାମଯୋଡ଼ି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିବେ। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe