କନକବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ । ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ତୁଷାରପାତ ସହ ଭୂସ୍ଖଳନ ଘଟିଛି । ଫଳରେ ଜମ୍ମୁ-ଶ୍ରୀନଗର ଏବଂ ଶ୍ରୀନଗର-ଲେହ ଜାତୀୟ ରାଜପାଥ ସହ ମୁଗଲ୍ ରୋଡ୍ ଓ ସିନ୍ଥାନ୍ ଟପ୍ ରାସ୍ତାରେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ଟ୍ରାଫିକ । ଉଚ୍ଚ ପର୍ବତମାଳାରେ ତୁଷାର ଜମିବା ଓ ବର୍ଷା କାରଣରୁ ସୃଷ୍ଟି ହୋଇଛି ଏହି ସମସ୍ୟା । ଏହା ଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ରାସ୍ତା ବନ୍ଦ ରଖାଯାଇଛି । ସ୍ଥାନୀୟ ଅଧିକାରୀମାନେ ଉଦ୍ଧାର ଓ ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାସ୍ତା ଖୋଲିବା ପ୍ରୟାସ କରାଯାଉଛି । ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା କରିବାକୁ ସତର୍କବାଣୀ ଜାରି କରିଛି ପର୍ଯ୍ୟଟନ ବିଭାଗ । ସ୍ଥାନୀୟ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ବର୍ଷା ଓ ଭୂସ୍ଖଳନ ପରେ ତୁଷାରପାତ ଆତଙ୍କ : କାଶ୍ମୀରରେ ସ୍ଥିତି ଜଟିଳ
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ । ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ତୁଷାରପାତ ସହ ଭୂସ୍ଖଳନ ଘଟିଛି । ଫଳରେ ଜମ୍ମୁ-ଶ୍ରୀନଗର ଏବଂ ଶ୍ରୀନଗର-ଲେହ ଜାତୀୟ ରାଜପାଥ ସହ ମୁଗଲ୍ ରୋଡ୍ ଓ ସିନ୍ଥାନ୍ ଟପ୍ ରାସ୍ତାରେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ଟ୍ରାଫିକ
/kanak/media/media_files/2025/10/07/43-2025-10-07-14-52-43.jpg)