କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ବ୍ଲାର୍ଡ ଫ୍ଲୁ ଆତଙ୍କ। ରାସ୍ତାକଡ ନାଳରେ ଭାସୁଛି ମଲା କୁକୁଡ଼ା। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନରସିଂହ ପୁର ପଞ୍ଚାୟତର ନରସିଂହ ପୁର ଗାଁରେ ଶହ ଶହ ମଲା କୁକୁଡ଼ା ପଡିଥିବା ଦେଖିବାକୁ ମିଳିଛି। କୁକୁଡାଙ୍କୁ ଅଖାରେ ବାନ୍ଧି ରାସ୍ତାକଡ଼ରେ ଓ ନାଳରେ ପକାଯାଇଥିବା ଦେଖିବାକୁ ମିଳିଛି।  ଏହି କୁକୁଡ଼ାକୁ କୁକୁର, ବିଲୁଆ ଟାଣି ଖାଉଥିବା ବେଳେ ପୁରା ଅଂଚଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଛି। ଏହି ଅଚଳରେ ପ୍ରାୟ ୩୦ ରୁ ଉର୍ଦ୍ଧ କୁକୁଡ଼ା ଫାର୍ମ ଥିବା ବେଳେ ଏହା କେଉଁ ଫାର୍ମର କୁକୁଡ଼ା ଜଣା ପଡିନାହିଁ। ୪ ଦିନ ହେଲା କୁକୁଡା ସବୁ ରାସ୍ତାକଡରେ ପକାଯାଉଥିବା ବେଳେ ପ୍ରାଣୀ ସମ୍ପଦ ବିଭାଗ ପଖରେ କୌଣସି ଖବର ନାହିଁ। ସେପଟେ ନିମାପଡ଼ାରେ କୁକୁଡା ପାଇଁ କାନ୍ଦିଲେ ଚାଷୀ। ପାଖାପାଖି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁଡା ଫାର୍ମ କରିଛନ୍ତି ନିମାପଡ଼ାର ରମେଶ ଚନ୍ଦ୍ର ବାରିକ। ଏବେ ବାର୍ଡ ଫ୍ଲୁ ଭୟ ପରେ ଫାର୍ମର ସମସ୍ତ କୁକୁଡା ମରାଯିବା ପାଇଁ ନିଷ୍ପତି ହୋଇଛି। କେମିତି ଖର୍ଚ୍ଚ ଉଠାଇବେ, କେମିତି ଋଣ ସୁଝିବେ ସେନେଇ ଏବେ ସେ ଚିନ୍ତାରେ। କୁକୁଡା ମରାଯିବା କଥା ଶୁଣି ରମେଶଙ୍କ ଆଖି ଛଳ ଛଳ ହୋଇଯାଉଛି। କ୍ୟାମେରୋ ଆଗରେ କାନ୍ଦି ପକାଇଛନ୍ତି। ପିପିଲି ଓ ସତ୍ୟବାଦୀ ପରେ ଆଜିଠୁ ନିମାପଡ଼ା ଓ ଡେଲାଙ୍ଗରେ ଆରମ୍ଭ ହେବ କୁକୁଡା ମରା ଅଭିଯାନ। ନିମାପଡ଼ା ବ୍ଲକ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀରେ ଆଜିଠାରୁ କୁକୁଡ଼ା ମରାଯିବ। ଡେଲାଙ୍ଗରୁ ୧୦ ହଜାରରୁ ଊର୍ଦ୍ଧ୍ବ ଏବଂ ନିମାପଡାରୁ ୨୫ ହଜାର କୁକୁଡ଼ା ମାରିବ ରାପିଡ୍ ରେସ୍ପନ୍ସ ଟିମ୍।

Advertisment