ୱାକଫ ବିଲକୁ ନେଇ ସରଗରମ ରାଜନୀତି: ଲୋକସଭାରେ ପାସ୍ ପରେ ରାଜ୍ୟସଭାରେ ଚାଲିଛି ବିତର୍କ

Advertisment

ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ବିବାଦୀୟ ଏବଂ ସଂଶୋଧିତ ୱାକଫ୍ ସଂଶୋଧନ ବିଲ୍-୨୦୨୫ ଲୋକସଭା ପାସ ହେବା ପରେ ଗୁରୁବାର ବିଲ ରାଜ୍ୟସଭାରେ ଆଗତ ହୋଇଛି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି ।

ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ବିବାଦୀୟ ଏବଂ ସଂଶୋଧିତ ୱାକଫ୍ ସଂଶୋଧନ ବିଲ୍-୨୦୨୫ ଲୋକସଭା ପାସ ହେବା ପରେ ଗୁରୁବାର ବିଲ ରାଜ୍ୟସଭାରେ ଆଗତ ହୋଇଛି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି ।

waquf

Photograph: (kanak news)

କନକ ବ୍ୟୁରୋ: ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ବିବାଦୀୟ ଏବଂ ସଂଶୋଧିତ ୱାକଫ୍ ସଂଶୋଧନ ବିଲ୍-୨୦୨୫ ଲୋକସଭା ପାସ ହେବା ପରେ ଗୁରୁବାର ବିଲ ରାଜ୍ୟସଭାରେ ଆଗତ ହୋଇଛି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି । ପରେ ବିଲକୁ ନେଇ ଆଲୋଚନାରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ  ।  

ପ୍ରବଳ ହଟ୍ଟଗୋଳ ଭିତରେ ଲୋକସଭାରେ ୱାକଫ୍ ବିଲ ପାସ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ବିଲ । 
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ ବିଲ ଉପସ୍ଥାପନ କରିବା ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ବିରୋଧୀ ଏହ ବିଲକୁ ବେଆଇନ କହି ସମାଲୋଚନା କରିଥିବା ବେଳେ ଜବାବ ରଖିଛନ୍ତି କରିଣ ରିଜିଜୁ। ଏଥିରେ ଅଣମୁସଲିମଙ୍କର ଆଧିପତ୍ୟ ରହିବା ନାହିଁ ବୋଲି କହିଛନ୍ତି। 
ବିଲ୍‌ ଉପରେ ୧୪ ଘଣ୍ଟା ଆଲୋଚନା ପରେ ଗତକାଲି ରାତି ସାଢ଼େ ୧୨ଟାରେ ଭୋଟ୍‌ ଗ୍ରହଣ ହୋଇଥିଲା ।
ବିଲ୍‌ ସପକ୍ଷରେ ୨୮୮ ଜଣ ଭୋଟ୍‌ ଦେଇଥିବା ବେଳେ ବିଲ୍‌ ବିରୋଧରେ ୨୩୨ ଜଣ ଭୋଟ୍‌ ଦେଇଥିଲେ। 
ସେପଟେ ବିଲକୁ ବିରୋଧ କରି କିଛି ସ୍ଥାନରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପଦର୍ଶନ କରାଯାଇଛି।
ଲୋକସଭାରେ ପାସ ହେବା ପରେ ରାଜ୍ୟସଭାରେ ବିଲ ପାସ ହେବାର କୌଣସି ଅସୁବିଧା ନାହିଁ। କାରଣ ଏନଡିଏ ପାଖରେ ଆବଶ୍ୟକୀୟ ସଂଖ୍ୟା ଅଛି। 
ଏବେ ୨୩୬ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ ପାସ ହେବାକୁ ଏନଡିଏକୁ ୧୧୯ ଭୋଟର ଆବଶ୍ୟର ରହିଛି। 
ଏନଡିଏ ପାଖରେ ୧୨୫ ଭୋଟ ଥିବା ବେଳେ ବିରୋଧୀଙ୍କ ପାଖରେ ୯୫ ଏବଂ ୧୬ ନିରପେକ୍ଷ ସାଂସଦ ଅଛନ୍ତି। 

କିନ୍ତୁ ରାଜ୍ୟସଭାରେ ବିତର୍କରେ ବିଜେପିକୁ କଡା ଜବାବ ଦେଇଛି କଂଗ୍ରେସ । ଆଲୋଚନା ବେଳେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପି ସାଂସଦ ଅନୁରାଗ ଠାକୁର ମୁହାଁମୁହିଁ ହୋଇଛନ୍ତି । ବିଜେପି ଲୋକ ଡରାଇଲେ ବି ’ଝୁକେଗା ନେହିଁ ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଯାହାର ଜବାବ ରଖିଛି ବିଜେପି ।

ଆଗକୁ ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନ ଥିବା ବେଳେ ୱାକଫ ସଂଶୋଧନ ବିଲର ପ୍ରଭାବ ନିର୍ବାଚନ ଉପରେ ପଡିବ ବୋଲି କୁହାଯାଇଛି । କିନ୍ତୁ କିଏ ଫାଇଦାରେ ରହିବ ତାହା ଆଗାମୀ ସମୟରେ ଜଣାପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe