କନକବ୍ୟୁରୋ : ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଠାରୁ ଶସ୍ତା କିନ୍ତୁ ସମାନ ପ୍ରଭାବଶାଳୀ ବିକଳ୍ପ ଭାବରେ ପ୍ରଚାର କରାଯାଉଥିବା ଚୀନ୍ ଅସ୍ତ୍ରଶସ୍ତ୍ର ସାମ୍ପ୍ରତିକ ସଂଘର୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସିନ୍ଦୂର ଅପରେସନ୍ ସମୟରେ ପାକିସ୍ତାନ ଉପରେ ଆକ୍ରମଣ ବେଳେ ଏସବୁ ଅସ୍ତ୍ରଶସ୍ତ୍ରର କ୍ଷମତା ବେଶ୍ ଜଣାପଡ଼ିଥିଲା ।  ସେହିପରି ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କ ବିରୋଧରେ ଆମେରିକାର ଅଭିଯାନରେ ମଧ୍ୟ ଚୀନ୍ ଅସ୍ତ୍ରଶସ୍ତ୍ର କାମ ଦେଇନଥିଲା। ଏବେ ଇରାନ ଉପରେ ଆମେରିକା-ଇସ୍ରାଏଲର ସାମ୍ପ୍ରତିକ ଆକ୍ରମଣରେ ବେଜିଂର ଅସ୍ତ୍ରଶସ୍ତ୍ର ମଧ୍ୟ ବିଫଳ ହୋଇଛି ।

Advertisment

ଅଧିକ ପଢନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧ: ୨ ବାଂଲାଦେଶୀ ମୃତ, ୭ ଆହତ, ସମୁଦ୍ରରେ ଫସି ରହିଛି ’ବାଂଲାର ଜୟଯାତ୍ରା’ ଜାହାଜ

ଏସବୁ ଅସ୍ତ୍ରଶସ୍ତ୍ରକୁ ଯୁଦ୍ଧ-ପରୀକ୍ଷିତ ନବସୃଜନ(ବ୍ୟାଟେଲ୍ ଟେଷ୍ଟେଡ୍ ଇନୋଭସେନ) ଭାବରେ ପ୍ରଚାର କରାଯାଉଥିଲା । କିନ୍ତୁ ସେସବୁରେ ନିମ୍ନମାନର ଇଞ୍ଜିନିୟରିଂ ଏବଂ ଦୁର୍ବଳ ସଫ୍ଟୱେର୍ ଥିବା ଏବେ ପ୍ରକାଶ ପାଇଛି  ।  ଅପରେସନ୍ ସିନ୍ଦୂରରେ ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାକିସ୍ତାନ ଚୀନ୍‌ଠାରୁ କିଣିଥିବା ୱାଇଏଲ୍‌ସି-୮ଇ ଆଣ୍ଟି-ଷ୍ଟିଲ୍ଥ ରାଡାର ତଥା ଏଚ୍‌କ୍ୟୁ-୯ ସିଷ୍ଟମକୁ ନଷ୍ଟ କରିଦେଇଥିଲା ।   ଆମେରିକାର ଡେଲ୍ଟା ଫୋର୍ସ ବିରୋଧରେ ଭେନେଜୁଏଲା ଚୀନ୍‌ଠାରୂ କିଣିଥିବା ଜେୱାଇ-୨୭ଏ ରାଡାର ଏବଂ ଏଚ୍‌କ୍ୟୁ-୯ ସିଷ୍ଟମ କାର୍ଯ୍ୟକ୍ଷମ ହୋଇନଥିଲା। ଇରାନରେ ଏଫ୍-୩୫ର ଗୁପ୍ତ ଆକ୍ରମଣ ସାମ୍ନାରେ ଚୀନ୍‌ର ଏଚ୍‌କ୍ୟୁ-୯ବି ପ୍ରତିରକ୍ଷା ପ୍ରଣାଳୀ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି ।