କନକ ବ୍ୟୁରୋ: ଆସନ୍ତା ୯ତାରିଖରେ ଦୁବାଇ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲା । ଟାଇଟଲ ଟକ୍କରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଚଳିତ ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ଯ୍ୟାୟରେ କିୱି ଦଳକୁ ମାତ୍ ଦେଇଥିଲା ଭାରତ । ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଟେବୁଲ ଟପ୍ପର ଥିଲା ଇଣ୍ଡିଆ ।
ଚାମ୍ପିୟନ୍ସ ଟ୍ରଫିରେ ଭାରତ ଲଗାତାର ତୃତୀୟ ଥର ପାଇଁ ଫାଇନାଲ ଖେଳିବ
ନ୍ୟୁଜିଲାଣ୍ଡ ଶେଷ ଥର ପାଇଁ ୨୦୦୦ ମସିହାରେ ଫାଇନାଲ ଖେଳିଥିଲା
ଫାଇନାଲରେ ଭାରତକୁ ୪ ୱିକେଟ୍ରେ ହରାଇ ଟାଇଟଲ ହାତେଇଥିଲା ନ୍ୟୁଜିଲାଣ୍ଡ
ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ଫାଇନାଲରେ ଏଣ୍ଟ୍ରି କରିଛି କିୱି ଟିମ୍
ଆଉ ଆଉ ୨୫ ବର୍ଷର ବଦ୍ଲା ନେବା ପାଇଁ ପ୍ରସ୍ତୁତ ରହିଛି ରୋହିତ ବାହିନୀ । ସୁପର ସଣ୍ଡେରେ ହେବାକୁ ଥିବା ସୁପରହିଟ୍ ମୁକାବିଲାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ସେମିରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ମାତ ଦେଇଥିଲା ଭାରତ। ସେହିପରି ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୦ରନରେ ହରାଇଛି ନ୍ୟୁଜିଲାଣ୍ଡ। ଭାରତ ଭଳି ନ୍ୟୁଜିଲାଣ୍ଡ ଟିମରେ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳନ ରହିଛି । ନ୍ୟୁଜିଲାଣ୍ଡର ବ୍ୟାଟର ରଚୀନ ରବିନ୍ଦ୍ର, କେନ ୱିଲୟମସନ ଜବରଦସ୍ତ ଫର୍ମରେ ଅଛନ୍ତି ।
ଭାରତ ପାଖରେ ରୋହିତ, ଗିଲ, ବିରାଟ, ଶ୍ରେୟସ୍, ରାହୁଲଙ୍କ ଭଳି ଲମ୍ବା ବ୍ୟାଟିଂ ଲାଇନ ଅପ୍ ଅଛି ।
ନ୍ୟୁଜିଲାଣ୍ଡ ପାଖରେ ମିଚେଲ ସାଣ୍ଟର, ମ୍ୟାଟ୍ ହେନରି, ଗ୍ଲେନ ଫିଲିପ୍ସ ଭଳି ବୋଲର ଅଛନ୍ତି ।
କୁଳଦୀପ ଯାଦବ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରବୀନ୍ଦ୍ର ଜାଡେଜା ଭଳି ସ୍ପିନର ଟିମ୍ ଇଣ୍ଡିଆରେ ଅଛନ୍ତି ।
ଶେଷ ଥର ପାଇଁ ୨୦୨୧ ଆଇସିସି ନକଆଉଟ ଟୁର୍ଣ୍ଣାମେଣ୍ଟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଗତ କିଛି ବର୍ଷର ରେକର୍ଡ ଦେଖିଲେ କିୱି ଟିମ୍ ଅପେକ୍ଷା ଭାରତର ଭଲ ପ୍ରଦର୍ଶନ ରହିଛି। ତେବେ ଫାଇନାଲରେ କଡା ଟକ୍କର ହେବ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ।