କନକ ବ୍ୟୁରୋ : ଓପିଏସସି ପରେ ଓଏସଏସସି ପରୀକ୍ଷାରେ ତ୍ରୁଟି। ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଡିନଥିବା ଅଭିଯୋଗ ହୋଇଛି । ଏକ୍ସାଇଜ ଓ ଟ୍ରାଫିକ ଏସଆଇ ପରୀକ୍ଷାରେ ଭୁଲ ପ୍ରଶ୍ନପତ୍ର ତ୍ରୁଟିକୁ  ସ୍ବୀକାର କରିଛନ୍ତି ଷ୍ଟାପ ସିଲେକ୍ସନ କମିସନ । ଏଥିସହ ଆଉ ଏକ ପରୀକ୍ଷା କରିବାକୁ ବିକଳ୍ପ ଉପରେ ବିଚାର କରୁଛି କମିଶନ । ସୂଚନା ଅନୁସାରେ ମେ ୪ ମଧ୍ୟରେ ପରୀକ୍ଷାର୍ଥୀଙ୍କଠୁ ପରାମର୍ଶ ଲୋଡିଛନ୍ତି କମିସନ । ସେପଟେ ଆନଥ୍ରୋପୋଲୋଜି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଏହି ପ୍ରଶ୍ନପତ୍ର ମିଳିବା ପରେ ଦ୍ୱନ୍ଦ୍ବ ସୃଷ୍ଟି ହୋଇଥିଲା । ପୂର୍ବରୁ ପ୍ରିଲିମ୍ ଦେଇ ପାସ୍ କରିଥିବା ଆଶାୟୀ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେବା ବେଳେ ପ୍ରଶ୍ନପତ୍ରରେ ତ୍ରୁଟି  ପରିଲକ୍ଷିତ ହୋଇଥିଲା । ତେବେ ଓପିଏସସି କର୍ତ୍ତୃପକ୍ଷ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଓପିଏସସି କର୍ତ୍ତୃପକ୍ଷ ଜଣାଇଛନ୍ତି ।