ଅପରେସନ୍  ମହାଦେବ ପରେ ଏବେ ଅପରେସନ୍ ଅଖଲ ; ଘାଟିରୁ ନିପାତ ହେବେ ଆତଙ୍କୀ

ଘାଟିରୁ ନିପାତ ହେବେ ଆତଙ୍କୀ  ।  ଅପରେସନ ମହାଦେବ ପରେ, କୁଲଗାମରେ  ଜାରି ଅପରେସନ୍ ଅଖଲ । ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ, ଦୁଇ ଆତଙ୍କୀଙ୍କୁ ଘେରିଛନ୍ତି ସୁରକ୍ଷା ବାହିନୀ

61

କନକ ବ୍ୟୁରୋ: କୁଲଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ  ନିପାତ ହେବା ସହ ଦୁଇ ଆତଙ୍କୀ ଏବେ ଯବାନଙ୍କ ଟାର୍ଗେଟରେ । ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ‘ଅପରେସନ୍‌ ଅଖଲ’ ଅଧୀନରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍‌ ଅଖଲ ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି । 

ଜମ୍ମୁ କାଶ୍ମୀର ପୁଲିସ, ଭାରତୀୟ ସେନା ଓ ସିଆର୍‌ପିଏଫ୍‌ର ମିଳିତ ଦଳ ଗୁଇନ୍ଦା ସୂଚନା ଆଧାରରେ ଅଖଲ ଜଙ୍ଗଲରେ ଘେରାବନ୍ଦୀ ଓ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ଯବାନ ପାଲଟା ଗୁଳିମାଡ଼ କରିଥିଲେ । ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ରାତି ସାରା ଜାରି ରହିଥିବା ଲଗାତାର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ଏବେ ବି ଫସି ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe