କନକ ବ୍ୟୁରୋ: କୁଲଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହେବା ସହ ଦୁଇ ଆତଙ୍କୀ ଏବେ ଯବାନଙ୍କ ଟାର୍ଗେଟରେ । ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ‘ଅପରେସନ୍ ଅଖଲ’ ଅଧୀନରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍ ଅଖଲ ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ।
ଜମ୍ମୁ କାଶ୍ମୀର ପୁଲିସ, ଭାରତୀୟ ସେନା ଓ ସିଆର୍ପିଏଫ୍ର ମିଳିତ ଦଳ ଗୁଇନ୍ଦା ସୂଚନା ଆଧାରରେ ଅଖଲ ଜଙ୍ଗଲରେ ଘେରାବନ୍ଦୀ ଓ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ଯବାନ ପାଲଟା ଗୁଳିମାଡ଼ କରିଥିଲେ । ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ରାତି ସାରା ଜାରି ରହିଥିବା ଲଗାତାର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ଏବେ ବି ଫସି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/02/61-2025-08-02-15-05-32.jpg)