କନକ ବ୍ୟୁରୋ: ଗଞ୍ଜାମ, ବରଗଡ଼, ମୟୂରଭଞ୍ଜରେ ଜୋର୍ ଧରିଛି ଜିଲ୍ଲା ବିଭାଜନ ଦାବି । ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ଗଠନ କରିବାକୁ କୁହାଯାଉଛି । ଏଥିପାଇଁ ବିଭିନ୍ନ ସଂଗଠନ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସକ୍ରିୟ ହେଲେଣି । କାରଣ ବଡ଼ ଜିଲ୍ଲା ଛୋଟ ହେଲେ ସରକାରୀ କାମ, ଲୋକଙ୍କୁ ସେବା ପହଞ୍ଚାଇବା ସହଜ ହେବ । ବିଭିନ୍ନ କାର୍ଯ୍ୟ ପାଇଁ ଜିଲ୍ଲା କାର୍ଯ୍ୟାଳୟକୁ ବେଶୀ ବାଟ ଯିବାକୁ ପଡ଼ିବ ନାହିଁ । ଏବଂ ଏଥିସହିତ ବିକାଶମୂଳକ କାର୍ଯ୍ୟ ତ୍ବରିତ ହୋଇପାରିବ । ଅନୁନ୍ନତ ଅଞ୍ଚଳର ବିକାଶ ହୋଇପାରିବ । ବଡ଼ ବଡ଼ ଜିଲ୍ଲା ଏଗୁଡ଼ି ସମ୍ଭବ ହୋଇପାରୁନଥିବା କହି ଜିଲ୍ଲା ବିଭାଜନ ପାଇଁ ଦାବି କରାଯାଉଛି।
ଭାଗଭାଗ ହେବ ତତ୍କାଳୀନ ଗଡ଼ଜାତ ରାଜ୍ୟ ମୟରଭଞ୍ଜ। ପାଖାପାଖି ୧୦ ହଜାର ୫ଶହ କିମି ବର୍ଗ କିମି ବ୍ୟାପି ରହିଥିବା ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜ ଏବେ ଦୁଇ ଭାଗ ହେବାକୁ ଯାଉଛି। ଯାହା ଏକପ୍ରକାର ସରକାର ସୁନିଶ୍ଚିତ କରିସାରିଛନ୍ତି। ମୟୂରଭଞ୍ଜର ବାମନଘାଟି ଓ ପାଞ୍ଚପିଢ଼ ୨ଟି ଉପଖଣ୍ଡରେ ରହିଥିବା ୧୨ଟି ବ୍ଲକକୁ ନେଇ ଆଉ ଏକ ଜିଲ୍ଲା ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି।
ବରଗଡ଼ ଜିଲ୍ଲାର ପଦ୍ମପୁର ଜିଲ୍ଲା ଗଠନ ଦାବି
ଭୌଗଳିକ ସ୍ଥିତି ଓ ଅବସ୍ଥିତି ଯୋଗୁଁ ମିଳୁ ଜିଲ୍ଲା ମାନ୍ୟତା
୬ଟି ବ୍ଲକକୁ ନେଇ ଜିଲ୍ଲା ଗଠନ ଦାବି
ରାଜବୋଡ଼ାସମ୍ବର, ପାଇକମାଲ, ଝାରବନ୍ଦ, ଗାଇସିଲାଟ...
ବିଜେପୁର, ସୋହେଲା ଅଞ୍ଚଳକୁ ନେଇ ଜିଲ୍ଲା ଗଠନ ଦାବି
ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ନିଯୁକ୍ତି, ପର୍ଯ୍ୟଟନ ବିକାଶରେ ଅବହେଳା ଅଭିଯୋଗ
୨୦୧୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରତିନିଧି ଦଳ
୨୦୨୨ ଉପନିର୍ବାଚନ ସମୟରେ ଜୋରଦାର ଆନ୍ଦୋଳନ
ସେହି ବର୍ଷ ଡିସେମ୍ବର ୩୧ ସୁଦ୍ଧା ନୂତନ ଜିଲ୍ଲା ପ୍ରତିଶ୍ରୁତି ମିଳିଥିଲା
୨୦୨୪ ସରକାର ବଦଳିଲେ, ପଦ୍ମପୁରକୁ ମିଳିଲାନି ଜିଲ୍ଲା ମାନ୍ୟତା
ନୂଆ ଏନ୍ଏସି ଘୋଷଣା ପରେ ପୁଣି ତେଜିଛି ଜିଲ୍ଲା ଦାବି
ପୁଣି ସରକାରଙ୍କୁ ଦାବି ଜଣାଇବ ପଦ୍ମପୁର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି
ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ଅବେହେଳିତ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଅଞ୍ଚଳ