କନକ ବ୍ୟୁରୋ : ମୌସୁମୀ ବିଦାୟ ନେବା ପରେ କୋରାପୁଟକୁ ଛୁଇଁଛି ଶୀତର ପହଲି ସ୍ପର୍ଶ । ବଣପାହାଡ଼ ଘେରା ଅଞ୍ଚଳରେ ଅନୁଭୂତ ହେଉଛି ପହିଲି ଶୀତ । ବର୍ଷା ଛାଡିବା ପରେ ଲମତାପୁଟ ବ୍ଲକକୁ ଛୁଇଁଛି ଶୀତ । ସକାଳୁ ସକାଳୁ ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡ଼ି । ଘାସରେ ଢଳ ଢଳ କାକର ବିନ୍ଦୁ ଶୀତ ଆଗମନର ସଂକେତ ଦେଉଛି ।
ଲମତାପୁଟ ଅଞ୍ଚଳରେ ହାଲୁକା ଶୀତ ଲହରି ଆରମ୍ଭ ହୋଇଯାଇଛି। ପାହାନ୍ତିଆରୁ ଘନ କୁହୁଡ଼ି ଆରମ୍ଭ ହୋଇଯାଉଛି । ଘନ କହୁଡ଼ି ଯୋଗୁଁ ଗାଡ଼ି ମୋଟର ଲାଇଟ ଲଗାଇ ଯାତାୟାତ କରୁଛନ୍ତି । ଥଣ୍ଡା ଆରମ୍ଭ ହୋଇଥିବାରୁ ଚା’ ଦୋକାନରେ ଲୋକଙ୍କ ଭିଡ଼ ଜମିଲାଣି ।
ଆଗକୁ ଶୀତ ବଢ଼ିବ, ଅଳସୀ ଫୁଲ ପୁଟିବ । ହଳଦିଆ ଶାଢ଼ିର ପଣତରେ ଘୋଡ଼େଇ ହେବ ପ୍ରକୃତିରାଣୀ । ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ କରିବାକୁ କୋରାପୁଟକୁ ଛୁଟି ଆସିବେ ପର୍ଯ୍ୟଟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/18/6-2025-10-18-18-24-21.jpg)