କନକ ବ୍ୟୁରୋ : ଚଳିତ ରଥଯାତ୍ରାରେ ଯେଭଳି ବିଶୃଙ୍ଖଳା ଦେଖାଗଲା ଓ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ରାଜ୍ୟ ସରକାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସମାଲୋଚନାର ଶିକାର ହୋଇଛନ୍ତି । ସରକାର ଏହାର କାରଣ ଭାବେ ଅତ୍ୟଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ । ହେଲେ ଆଉ ଏହା ଉପରେ ସରକାର ରିସ୍କ ନେବାକୁ ଚାହୁନାହାଁନ୍ତି । ଆସନ୍ତା ବର୍ଷ ଠାରୁ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ, ଏଭଳି କି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସିଲେ ବି ଯେଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏ ନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା, କିନ୍ତୁ ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷ ମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୂପ ରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ପ୍ରଶସ୍ତିକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।
ରଥଯାତ୍ରାରେ ଅଘଟଣ ପରେ ଚେତିଲେ ସରକାର, ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରସ୍ତୁତ ହେବ ଯୋଜନା
ସରକାର ଏହାର କାରଣ ଭାବେ ଅତ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ । ହେଲେ ଆଉ ଏହା ଉପରେ ସରକାର ରିସ୍କ ନେବାକୁ ଚାହୁନାହାଁନ୍ତି । ଆସନ୍ତା ବର୍ଷ ଠାରୁ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ, ଏଭଳି କି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସିଲେ ବି ଯେଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।
/kanak/media/media_files/2025/07/08/sgdffdfd-2025-07-08-12-22-19.jpg)