କନକ ବ୍ୟୁରୋ: ବାତ୍ୟାକୁ ନେଇ ଆସିଲା ବଡ ଖବର । ଆଜି ମଧ୍ୟରାତ୍ରି ପରେ ଆରମ୍ଭ ହେବ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ ରାତି ୧୨ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେଣୁ ଆଗାମୀ ୬ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାସହିତ ବାତ୍ୟାରେ ରାଜ୍ୟର ୪ଟି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ବାତ୍ୟା ଦାନା ଏବେ ସମୁଦ୍ରରେ ବଳ ଗୋଟେଇ ଆଗକୁ ବଢୁଛି । ଘଣ୍ଟାପ୍ରତି ୧୫ କିଲୋମିଟର ସ୍ପିଡରେ ଆଗକୁ ବଢୁଛି ଦାନା । ବର୍ତ୍ତମାନ ଏଙା ପାରାଦୀପଠାରୁ ୭୦ କିଲୋମିଟର ଦୂରରେ ଥିବାବେଳେ, ଧାମରାଠୁ ୯୦ କିଲୋମିଟର ଏବଂ ସାଗରଦ୍ୱୀପଠୁ ୧୯୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରି ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଆଉ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି କୁହାଯାଉଛି । 

Advertisment