କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ହୋଇଥିବା ଏମଭିଏକୁ  ଲାଗିଛି  ଶକ୍ତ ଧକ୍କା । ବାବ୍ରୀ ମଜିଦ ଭଙ୍ଗାଯିବା ଘଟଣାକ ନେଇ ଶିବସେନା ମିଳିନ୍ଦ ନରଭେକରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ବିରୋଧ କରି ଏମଭିଏରୁ ସପା ସମ୍ପର୍କ ଛିନ୍ନ କରିଛି

Advertisment

ଉଦ୍ଧବ ଠାକରେଙ୍କ ଶିବସେନାର ମିଳିନ୍ଦ ନରଭେକର ଏହି ବିବାଦୀୟ ଚିତ୍ରକୁ ପୋଷ୍ଟ କରିଥିଲେ । ଯେଉଁଥିରେ ଶିବସେନାର ସୁପ୍ରିମୋ ସ୍ବର୍ଗତ ବାଲାସାହେବ ଠାକରେ, ବାବ୍ରି ମସଜିଦ ଭାଙ୍ଗିଥିବା ଲୋକଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି ବୋଲି ଲେଖାଥିଲା । ଏଥିରେ ଉଦ୍ଧବଙ୍କ ସମେତ ଆଦିତ୍ୟ ଠାକରେଙ୍କ ଫଟୋ ମଧ୍ୟ ଥିଲା । ଯାହାକୁ ନେଇ ସମାଜବାଦି ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସମାଲୋଚନା କରିଥିଲା  । ଯାହା ଫଳ ସୂରୁପ ସମାଜବାର୍ଦି ପାର୍ଟି ଏବେ ଏମଭିଏରୁ ଓହରିଯାଇଛି । ମହାରାଷ୍ଟ୍ର ବିଧାନସଭାର ବିଧାୟକମାନଙ୍କ ଶପଥ ପାଠକୁ ଏମଭିଏ ବର୍ଜନ ଆହ୍ବାନକୁ ମଧ୍ୟ ସପା ମାନିନାହିଁ । ଦଳର ଦୁଇଜଣ ବିଧାୟକ ରାଜ୍ୟସଭାପତି ଅବୁ ଆଜମି ଓ ରଇଜ ଶେଖ ଅନ୍ୟମାନଙ୍କ ସହ  ଆଜି ବିଧାନସଭାରେ ଶପଥ ନେଇଛନ୍ତି ।

ଗତ ବିଧାନସଭା ନିର୍ବାଚନରେ ଏମଭିଏ ଶୋଚନୀୟ ପରାଜୟ ଭୋଗିଥିଲା । ଏମଭିଏ ଅର୍ନ୍ତଗତ ଉଦ୍ଧବ ଶିବସେନା, କଂଗ୍ରେସ ଓ ଶରଦ ପାୱାରଙ୍କ ଏନସିପି ନିଜର ସବୁଠାରୁ ବଡ ବିପର୍ୟ୍ୟୟ ସାମ୍ନା କରିଥିଲା । ଏହାପରେ ପରସ୍ପରକୁ ସମାଲୋଚନା ଆରମ୍ଭ କରିଥିଲେ । ଏହା ପରେ ମଧ୍ୟ ଏମଭିଏକୁ ସଂଗଠିତ କରି ଏକ ବଡ ବିରୋଧୀ ଗୋଷ୍ଠୀର ମାନ୍ୟତା ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ମାତ୍ର ଆଜି ଏହି ଘଟଣାକ୍ରମ ଏମଭିଏ ମଧ୍ୟରେ ଥିବା ବିଚାରଗତ ଦୁର୍ବଳତାକୁ ପଦାରେ ପକାଇଛି