ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ପରେ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ପିନ୍ଧି ଦର୍ଶନ ଦେବେ ଚତୁର୍ଦ୍ଧାମୂରତି

Advertisment

ସଂଧ୍ୟା ୬ଟା ୪୭ ମିନିଟରେ  ସର୍ବମୋକ୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଗ୍ରହଣ ଭୋଗ, ମଇଲମ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ସୁନାବେଶ । ପାଟବସ୍ତ୍ର ସହ ୩୨ ପ୍ରକାରର ଅଳଙ୍କାର ଲାଗି ହେବେ କୋଟି ଓଡ଼ିଆଙ୍କ ମଉଡ଼ମଣି ।

ସଂଧ୍ୟା ୬ଟା ୪୭ ମିନିଟରେ  ସର୍ବମୋକ୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଗ୍ରହଣ ଭୋଗ, ମଇଲମ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ସୁନାବେଶ । ପାଟବସ୍ତ୍ର ସହ ୩୨ ପ୍ରକାରର ଅଳଙ୍କାର ଲାଗି ହେବେ କୋଟି ଓଡ଼ିଆଙ୍କ ମଉଡ଼ମଣି ।

A8

କନକ ବ୍ୟୁରୋ :  ଚନ୍ଦ୍ର ଗ୍ରହଣ ସର୍ବମୋକ୍ଷ ପରେ ଶ୍ରୀଜିଉଙ୍କ ସୁନାବେଶ। ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା  ଅନ୍ୟତମ ହୋଇଥିବା ବେଳେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସୁନାବେଶ। ବିଳମ୍ୱିତ ରାତି ଯାଏଁ ମହଣମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି।  ସଂଧ୍ୟା ୬ଟା ୪୭ ମିନିଟରେ  ସର୍ବମୋକ୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଗ୍ରହଣ ଭୋଗ, ମଇଲମ ପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ସୁନାବେଶ । ପାଟବସ୍ତ୍ର ସହ ୩୨ ପ୍ରକାରର ଅଳଙ୍କାର ଲାଗି ହେବେ କୋଟି ଓଡ଼ିଆଙ୍କ ମଉଡ଼ମଣି । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ  ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମୁଦାୟ ଶ୍ରୀମନ୍ଦିର ଓ ଦୋଳବେଦୀରେ ୨୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି । ରାତି ସାଢ଼େ ୧୨ଟାରେ ଛେରା ପହଁରା କରାଯିବ। ରାତି ପ୍ରାୟ ୨ଟାରେ ଦିଅଁ ବିମାନକୁ ବିଜେ କରିବେ। ରାତି ୩ଟା ବେଳକୁ ଦିଅଁ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe