କନକ ବ୍ୟୁରୋ: ‘କୁହୁଡ଼ି’ ଓ ‘ଚାରିଧାମ’ ପରେ ପ୍ରଯୋଜକ ହିମାଦ୍ରି ତନୟ ଦାସ ‘ରାବଣ’ ନିର୍ମାଣ କରୁଛନ୍ତି । ଏଥିରେ ତାଙ୍କ ସହ ପ୍ରଯୋଜନାରେ ଅଛନ୍ତି ଜାଗୃତି ଏ. ମହାନ୍ତି । ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଶୀର୍ଷକ ଭୂମିକାରେ ଅଭିନୟ କରୁଥିବା ବେଳେ କିଏ ତାଙ୍କ ନାୟିକା ହେବେ, ତାହା ସ୍ପଷ୍ଟ ହୋଇନାହିଁ । ଏହି ସିନେମା ଜରିଆରେ ସଂପାଦନାରୁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି ବୀରେନଜ୍ୟୋତି ମହାନ୍ତି ।
ବୀରେନଜ୍ୟୋତି, ରିଷବ କୁମାର ଓ ଜାଗୃତି ଏହାର ଚିତ୍ରନାଟ୍ୟ ରଚନା କରିଥିବା ବେଳେ ସଂଳାପ ଲେଖିଛନ୍ତି ନାରାୟଣ ସାଲ୍ ଓ ରାକେଶ ମିଶ୍ର । ସର୍ବଶେଷ ସୂଚନା ଅନୁଯାୟୀ, ମାନସ ପଢ଼ିଆରୀଙ୍କ ନିର୍ଦ୍ଦେଶନାରେ ଆରମ୍ଭ ହେବାକୁ ଥିବା ‘ଛକି ଶୂନ’ର ସୁଟିଂ ଶେଷ ହେବା ପରେ ‘ରାବଣ’ ଫିଲ୍ମର ସୁଟିଂ ଆଗାମୀ ଅକ୍ଟୋବର ମାସରେ ଆରମ୍ଭ ହେବ । ବହୁ ଦିନରୁ ଏହି ଟାଇଟଲ୍ରେ ଏକ ଓଡ଼ିଆ ସିନେମା ନିର୍ମିତ ହେବ ବୋଲି କୁହାଯାଉଥିଲା । ହେଲେ ତାହା ସମ୍ଭବ ହୋଇପାରି ନଥିଲା ।
ଅକ୍ଟୋବରରୁ ଆରମ୍ଭ ହେବ 'ରାବଣ’ର ସୁଟିଂ, ମୁଖ୍ୟ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି
ଅନୁଭବ ମହାନ୍ତିଙ୍କୁ ନେଇ ରାବଣ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ପ୍ରଯୋଜକ ହିମାଦ୍ରି ତନୟ ଦାସ। ହିରୋଇନ କିଏ ହେବ ତାହା ଜଣା ପଡ଼ିନି ।
/kanak/media/media_files/2025/09/06/anubhav-mohanty-2025-09-06-16-30-11.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)