କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ପ୍ରଶାସନ, ଯାଜପୁରର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ମିଳିଲା ଭିନ୍ନକ୍ଷମ ସାର୍ଟିଫିକେଟ୍

ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମରେ କନକ ନ୍ୟୁଜ୍ ଜ ସାମିଲ ହୋଇ ଗୋଟେ ପରେ ଗୋଟେ ସରକାରୀ ସହାୟତା ଯୋଗାଇଦେବାରେ ସଫଳ ହୋଇପାରିଛି  ।ଏହି ଭିନ୍ନକ୍ଷମ ଜଣକ ହେଉଛନ୍ତି କୋରେଇ ବ୍ଲକ ସହଗାଁର ପ୍ରଫୁଲ ଦାସ ।

fdsdldl;dfg

କନକ ବ୍ୟୁରୋ : କନକ ନ୍ୟୁଜ ପ୍ରଭାବ । ପ୍ରଥମେ ଜାଗା ପଟା।  ପରେ ଘର ପାଇଁ ରେଡ୍  କ୍ରସରୁ ସହାୟତା । ଆଉ ଏବେ ଭିନ୍ନକ୍ଷମ ସାର୍ଟିଫିକେଟ । ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମରେ କନକ ନ୍ୟୁଜ୍  ସାମିଲ ହୋଇ ଗୋଟେ ପରେ ଗୋଟେ ସରକାରୀ ସହାୟତା ଯୋଗାଇଦେବାରେ ସଫଳ ହୋଇପାରିଛି  ।ଏହି ଭିନ୍ନକ୍ଷମ ଜଣକ ହେଉଛନ୍ତି କୋରେଇ ବ୍ଲକ ସହଗାଁର ପ୍ରଫୁଲ ଦାସ । ଯେକି ଜନ୍ମରୁ ତାଙ୍କର ଦୃଷ୍ଟି ଶକ୍ତି ହରାଇଛନ୍ତି । ହାରମୋନିୟମ ଖଣ୍ଡେ ଧରି ଗାଁ ରୁ ଗାଁ ଓ ବଜାର ବୁଲି ଗୀତ ମାଧ୍ୟମରେ ତାଙ୍କ ଦୁଃଖ ଜଣାଇ ଭିକ୍ଷା ବୃତ୍ତି କରିଥାନ୍ତି । ହେଲେ ନିଜେ ରହିବା ପାଇଁ ଜାଗା ଖଣ୍ଡେ ନଥିଲା କି ଘର ଖଣ୍ଡେ ନଥିଲା । ଯାହାକୁ ନେଇ ସେ ବ୍ଲକ ପ୍ରଶାସନ ଓ ରାଜନେତାଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରି କେହି କର୍ଣ୍ଣପାତ କରିନଥିଲେ । ସେହି ସମୟରୁ କନକ ନ୍ୟୁଜ୍  ତାଙ୍କ ସଂଗ୍ରାମରେ ସାମିଲ ହୋଇଥିଲା । ତାଙ୍କ ଦୁଃଖକୁ ସେ ଗୀତ ମାଧ୍ୟମରେ ସରକାରଙ୍କୁ କନକ ନ୍ୟୁଜ୍  ମାଧ୍ୟମରେ ଜଣାଇଥିଲେ । ପରେ ତାଙ୍କୁ ଗୋଟେ ଜାଗାର ପଟ୍ଟା ମିଳିଥିଲା । ସେତିକିରେ କଥା ସରିନଥିଲା । ଘର ଖଣ୍ଡେ ପାଇଁ ସେ ଗୀତ ମାଧ୍ୟମରେ ଜିଲ୍ଲାପ୍ରଶାସନକୁ ଜଣାଇଥିଲେ । ଜଣାଇବାର ୪ ଦିନ ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘର କରିବା ନିମନ୍ତେ କାର୍ଯ୍ୟନିର୍ଦ୍ଦେଶ ସହ ରେଡ଼କ୍ରସରୁ ପାଂଚହଜାର ଟଙ୍କା ସହାୟତା ବ୍ଳକ ମାଧ୍ୟମରେ ଦେଇଥିଲେ । ହେଲେ କଥା ସେତିକିରେ ସରିନଥିଲା ।  ପାଂଚ ଥର ପାଞ୍ଚ ହଜାର ଖର୍ଚ୍ଚ କରି ଯାଇଥିଲେ ମଧ୍ୟ ଭିନ୍ନକ୍ଷମ ସାର୍ଟିଫିକେଟଟି ପାଇପାରିନଥିଲେ । ହେଲେ ଗତ୩୦ ତାରିଖ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ନିଜର ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ  ଗୀତ ମାଧ୍ୟମରେ ଗୁହାରି କରିଥିଲେ । ଯାହାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଖିବା ପରେ ତୁରନ୍ତ ପ୍ରଫୁଲଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଫୁଲ ଶେଷରେ ସାର୍ଟିଫିକେଟ ଟି ପାଇ ନିଜର ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଧନ୍ୟବାଦ ଦେବାସହ ତାଙ୍କ ଲଢେଇରେ ସାମିଲ ଥିବା କନକ ନିଉଜ କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe