କନକ ବ୍ୟୁରୋ: ଜ୍ୟୋତି ମଲହୋତ୍ରାଙ୍କ ପରେ ଏବେ ଆଉ ଜଣେ ସରକାରୀ ବାବୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ବେଳେ ଧରାପଡିଛନ୍ତି । ନୌସେନା ମୁଖ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ ବିଶାଲ ଯାଦବ, ହରିୟାଣାର ବାସିନ୍ଦା ତଥା ନୌସେନା ମୁଖ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରନ୍ତି । ବିଶାଲ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଅପରେସନ ସିନ୍ଦୁର ସମୟରେ ମଧ୍ୟ ସମ୍ୱେଦନଶୀଳ ସୂଚନା ସାମିଲ ରହିଛି । ରାଜସ୍ଥାନ ପୋଲିସର ଗୁଇନ୍ଦା ବିଭାଗ ମାସ ମାସ ଧରି ବିଶାଲଙ୍କ ଉପରେ ନଜର ରଖିଥିଲା ଏବଂଆଜି ବିଶାଲଙ୍କୁ ଜୟପୁରରୁ ଗିରଫ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ, ବିଶାଲ ଯାଦବ ସୋସିଆଲ ମିଡିଆ ମାଧ୍ୟମରେ ପ୍ରିୟା ଶର୍ମା ନାମକ ଜଣେ ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ପାକିସ୍ତାନ ମହିଳା ବିଶାଲଙ୍କୁ ଟଙ୍କା ଦେଇ ନୌସେନା ଓ ଅନ୍ୟ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା ହାସଲ କରୁଥିଲେ ।
ଅନୁସନ୍ଧାନରୁ ଜଣାପଡ଼ିଛି, ବିଶାଲ ଯାଦବ ଅନଲାଇନ ଗେମିଂ ବହୁତ ମାତ୍ରାରେ ଖେଳୁଥିଲେ ଏବଂ ଏଥିରେ ହୋଇଥିବା ଆର୍ଥିକ କ୍ଷତି ପୂରଣ ପାଇଁ ବିଶାଲ ଗୁଇନ୍ଦାଗିରିରେ ଜଡ଼ିତ ହୋଇଥିଲେ।ଅନଲାଇନ୍ ଗେମିଂ ପ୍ରତି ନିଶାଗ୍ରସ୍ତ ଏବଂ ଜୁଆ ଋଣ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ବିଶାଲ ଯାଦବ ସମ୍ବେଦନଶୀଳ ସୂଚନା ବଦଳରେ କ୍ରିପ୍ଟୋକରେନ୍ସି ଏବଂ ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର ମାଧ୍ୟମରେ ପେମେଣ୍ଟ ପାଇଥିଲେ । ବିଶାଲଙ୍କୁ ଏବେ ଜୟପୁରର କେନ୍ଦ୍ରୀୟ ପଚରାଉଚରା କେନ୍ଦ୍ରରେ ବିଭିନ୍ନ ଏଜେନ୍ସିର ମିଳିତ ଟିମ୍ ପଚରାଉଚରା କରୁଛି । ସାମ୍ପ୍ରତିକ ଆତଙ୍କବାଦୀ ଘଟଣା ପରେ ଦେଶବ୍ୟାପୀ ଆଇଏସଆଇ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦିଗ୍ଧ ସୋସିଆଲ ମିଡିଆ ସମ୍ପର୍କ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । କ୍ରିପ୍ଟୋକରେନ୍ସି ଓ ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର୍ ମାଧ୍ୟମରେ ଟଙ୍କା ଗ୍ରହଣ କରୁଥିଲେ ବିଶାଲ ।
ଅପରେସନ ସିନ୍ଦୁର ହେଉଛି ପାହାଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ କେନ୍ଦ୍ର ଉପରେ କରାଯାଇଥିବା ଏକ ସାମରିକ ଅଭିଯାନ । ଏହି ଅଭିଯାନ ସମୟରେ ବିଶାଲ ସମ୍ୱେଦନଶୀଳ ସୂଚନା ଲିକ କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୋବାଇଲ ଫୋନର ଫୋରେନସିକ ପରୀକ୍ଷଣରୁ ଚାଟ୍ ଓ ଡକ୍ୟୁମେଣ୍ଟ ଟ୍ରାନ୍ସଫରର ପ୍ରମାଣ ମିଳିଛି, ଯାହା ତାଙ୍କ ଗୁଇନ୍ଦାଗିରି କାର୍ଯ୍ୟକୁ ସ୍ପଷ୍ଟ କରୁଛି। ବର୍ତ୍ତମାନ ଯାଦବଙ୍କୁ ଜୟପୁରର କେନ୍ଦ୍ରୀୟ ଅନୁସନ୍ଧାନ କେନ୍ଦ୍ରରେ ବିଭିନ୍ନ ଗୁଇନ୍ଦା ସଂସ୍ଥା ଦ୍ୱାରା ପଚରାଉଚରା କରାଯାଉଛି । ଅନୁସନ୍ଧାନକାରୀ ଟିମ୍ ସୂଚନା ଲିକ୍ର ପରିମାଣ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି । ଏହି ଘଟଣା ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ଆଶଙ୍କା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/26/pak-2025-06-26-21-37-43.jpg)