କନକ ବ୍ୟୁରୋ : ଦେଢ଼ ବର୍ଷ ହେଲା ନିଜ ଭିତରେ ଚାପି ରଖିଥିବା ଅସନ୍ତୋଷକୁ ବିଜେପିରେ ମିଶୁ ମିଶୁ ଓଗାଲିଛନ୍ତି ସୁଜିତ କୁମାର। ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛନ୍ତି। ବିସ୍ଫୋରକ ବୟାନ ଦେଇ ସୁଜିତ କୁମାର କହିଛନ୍ତି, 

Advertisment

କଳାହାଣ୍ଡିରେ ବଡ଼ ଧରଣର ଦୁର୍ନୀତି ହୋଇଛି 
- ଜମି, ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି
- ଅସାଧୁ ବେପାରୀ ଓ ସରକାରୀ ଅଧିକାରୀ ଲୁଟ୍ କରିଛନ୍ତି 
- ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ ଦେଉଥିଲେ ରାଜ୍ୟସ୍ତରୀୟ ନେତା 
- ଦୁର୍ନୀତି ନେଇ ଅଭିଯୋଗ ଶୁଣୁନଥିଲେ ଶୀର୍ଷ ନେତୃତ୍ବ

 କେବଳ ବିଜେଡି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିନାହାନ୍ତି ସ୍ବର ଉଠାଉଥିବା ନେତାଙ୍କୁ କେମିତି ଦଳରେ ଧମକ ଦିଆଯାଏ ତାହା ପ୍ରକାଶ କରିଛନ୍ତି। ନର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ଓ ପଲିଟିକାଲ କ୍ୟାରିୟର ଶେଷ କରି ଦିଆଯିବ ବୋଲି ଅଭିଯୋଗ କରିଛନ୍ତି। ସୁଜିତଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଦୋଷ ଦେଇଛି ବିଜେଡି।

 ପ୍ରଶ୍ନ ଉଠୁଛି, ବିଜେଡିର କେଉଁ ନେତା କୋଟି କୋଟି ଟଙ୍କା ଦୁର୍ନୀତିରେ ସମ୍ପୃକ୍ତ? ବିଜେଡିର କେଉଁ ନେତା ଜଣେ ରାଜ୍ୟସଭା ସାଂସଦଙ୍କୁ ଧମକ ଦେଉଥିଲେ? ସୁପ୍ରିମୋ ଏସବୁ ଜାଣିଥିଲେ ନା ନାହିଁ?