କନକ ବ୍ୟୁରୋ: ଲେବାନନର ଇସଲାମିକ ଚରମପନ୍ଥୀ ସଂଗଠନ ହିଜବୁଲ୍ଲା ବିରୋଧରେ ଇସ୍ରାଏଲର ସାମରିକ କାର୍ୟ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଅସ୍ତ୍ରବିରତି ପାଇଁ ଫ୍ରାନ୍ସ ଓ ଆମେରିକାର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଛି। ହିଜବୁଲ୍ଲାକୁ ସମୂଳେ ଧ୍ବଂସ କରାଯିବା ପର୍ୟ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଇସ୍ରାଏଲ ଘୋଷଣା କରିଛନ୍ତି। ଇସ୍ରାଏଲ ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିକ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି । ୨୧ ଦିନିଆ ଯୁଦ୍ଧବିରତି ଡାକରା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସୂଚନାଯୋଗ୍ୟ, ଗତ ୭୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି। ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଲେବାନନ୍ରୁ ନିଜ ନାଗରିକଙ୍କୁ ତୁରନ୍ତ ପ୍ରତ୍ୟାବର୍ତ୍ତନ ପାଇଁ ପରାମର୍ଶ ଦେଇଥିବାରୁ ନାଗରିକଙ୍କ ଫେରିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଲେବାନନ୍ରେ ଇସ୍ରାଏଲ ସ୍ଥଳ ସେନାର ଅଭିଯାନ ପାଇଁ ଅନୁମୋଦନ ଦେଇସାରିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଇସ୍ରାଏଲ ସେନା ଲେବାନନ୍ରେ ପ୍ରବେଶ କରିବ ବୋଲି କୁହାଯାଉଛି। ହେଜବୁଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ଆମେ ଆମର ସମସ୍ତ ଶକ୍ତି ସହିତ ଲଢ଼େଇ ଜାରି ରଖିବୁ ବୋଲି ଇସ୍ରାଏଲ ଅର୍ଥମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ କହିଛନ୍ତି। ଲେବାନନ୍ ପ୍ରଧାନମନ୍ତ୍ରୀ ନଜିବ ମିକାଟି ଲେବାନନ୍ରେ ଶୀଘ୍ର ଅସ୍ତ୍ରବିରତି ପାଇଁ ବିଶ୍ବନେତାଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ଇସ୍ରାଏଲର ସହଯୋଗୀ ଓ ବନ୍ଧୁ ରାଷ୍ଟ୍ରମାନେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଏହା ଭଣ୍ଡୁର ହୋଇଥିବାରୁ ଆଗକୁ ସଂଘର୍ଷ ଭୀଷଣ ରୂପ ନେବାକୁ ଯାଉଛି। ଇସ୍ରାଏଲ ଓ ଇରାନ ସମର୍ଥିତ ହେଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ପାଖାପାଖି ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ସଂଘର୍ଷ ଯୋଗୁଁ ଲେବାନନ୍ରେ ଏବେ ଧ୍ବଂସଲୀଳା ଆରମ୍ଭ ହୋଇଛି।ଗତକାଲି ଜାତିସଂଘରେ ଇସ୍ରାଏଲ-ହେଜବୁଲ୍ଲା ସଂଘର୍ଷ ନେଇ ଆଲୋଚନା ପରେ ଆମେରିକା, ଫ୍ରାନ୍ସ ଏବଂ ଅନେକ ସହଯୋଗୀ ଦେଶ ତୁରନ୍ତ ୨୧ ଦିନ ପାଇଁ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେବା ସହ ଗାଜାରେ ମଧ୍ୟ ଅସ୍ତ୍ରବିରତିକୁ ସମର୍ଥନ ଜଣାଇଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରି ଇସ୍ରାଏଲ ବେକା ଉପତ୍ୟକା ଏବଂ ଦକ୍ଷିଣ ଲେବାନନ୍ର ପ୍ରାୟ ୭୫ଟି ହେଜବୁଲ୍ଲା ଟାର୍ଗେଟ ଉପରେ ଆକ୍ରମଣ କରିଥିଲା । ଏଥିରେ ହେଜବୁଲ୍ଲାର ଏକ ବିଶାଳ ଅସ୍ତ୍ରଭଣ୍ଡାର ଧ୍ବଂସ ହେବା ସହ ଡ୍ରୋନ୍ ୟୁନିଟ୍ କମାଣ୍ଡର ମହମ୍ମଦ ସରୁର୍ ସମେତ ୮୦ ଜଣ ନିହତ ହୋଇଛନ୍ତି। ଗୁରୁବାର ସକାଳେ ହିଜବୁଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ, ସାମରିକ କୋଠା ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ସମେତ ୧୨ରୁ ଅଧିକ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଲେବାନନ୍ ମଧ୍ୟ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ ଜାରି ରଖିଛି।।
ଆକ୍ରମଣ ଜୋରଦାର, ଅଶାନ୍ତ ମଧ୍ୟପ୍ରାଚ୍ୟ
ହିଜବୁଲ୍ଲାକୁ ନିପାତ କରିବାକୁ ଇସ୍ରାଏଲର ପ୍ରତିଜ୍ଞା
ଲେବାନନ୍ରେ ଧ୍ବଂସଲୀଳା ଜାରି
ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ସଂଘର୍ଷ
୭୨ ଘଣ୍ଟା ଆକ୍ରମଣର ୭ଶହରୁ ଅଧିକ ମୃତ
୩ଦିନରେ ୧୦ ହଜାରରୁ ଅଧିକ ଆହତ
୫ଲକ୍ଷରୁ ପଳାୟନ
ଲେବାନନ୍ର ୭୫ଟି ମୁଖ୍ୟ ହିଜବୁଲ୍ଲା ଆଡ୍ଡା ଟାର୍ଗେଟ
ହିଜବୁଲ୍ଲାର ବିଶାଳ ଅସ୍ତ୍ରଭଣ୍ଡାର ଧ୍ବଂସ
ଡ୍ରୋନ୍ ୟୁନିଟ୍ କମାଣ୍ଡର ମହମ୍ମଦ ସରୁର୍ ସମେତ ୮୦ ଜଣ ନିହତ
ଟାର୍ଗେଟରେ ହିଜବୁଲ୍ଲାର ଆତଙ୍କବାଦୀ, ସାମରିକ କୋଠା ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର
ମୃତକଙ୍କ ମଧ୍ୟରେ ଶତାଧିକ ସାଧାରଣ ଜନତା
୩୦ ସିରିଆ ନାଗରିକଙ୍କ ପ୍ରାଣହାନି
ମିଜାଇଲ ଆକ୍ରମଣର ଜବାବ ଦେଉଛି ଇସ୍ରାଏଲ
୩ଦିନରେ ଲେବାନନରେ ହିଜବୁଲ୍ଲାର ୨୦୦୦ରୁ ଅଧିକ ଠିକଣାକୁ ଧ୍ୱଂସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/Ub84MiVwTw8RIQ5qIo2w.jpg)